କନକ ବ୍ୟୁରୋ: ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର ସମ୍ମାନିତ କରାଯାଇଛି ।  ବରିଷ୍ଠ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ୨୦୨୧ ବର୍ଷ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇଛନ୍ତି । ୨୦୨୦ ବର୍ଷ ପାଇଁ ଏହି ସମ୍ମାନଜନକ ପୁରସ୍କାର ତଥା ତଥା ଜୀବନ ବ୍ୟାପୀ ସାଧନା ସମ୍ମାନ ପୁରସ୍କାର ପାଇଛନ୍ତି  ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ।

Advertisment

 
ଦୁଇ ଦିନ ପୂର୍ବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଥିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ୩୩ ଗୋଟି ବର୍ଗ ପାଇଁ ୨୦୨୦, ୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ପୁରସ୍କାର କରାଯାଇଛି । ୨୦୨୨ ବର୍ଷ ପାଇଁ ‘ଦମନ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଥିଲା । ୨୦୨୧ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଥିଲା ପ୍ରତୀକ୍ଷା । ୨୦୨୧ ପାଇଁ ସୁଧାଂଶୁ ଭୁଷଣ ମହାନ୍ତି ଶ୍ରେଷ୍ଠ କଳା ନିର୍ଦ୍ଦେଶକ ପୁରସ୍କାର ପାଇବେ । ଶ୍ରେଷ୍ଠ ଶିକ୍ଷା ଭିତ୍ତିକ ଚଳଚ୍ଚିତ୍ର ହେଉଛି ଡେଣା । ‘ଭୋକ’ ଫିଲ୍ମ ପାଇଁ ଶ୍ରେଷ୍ଠ ଖଳ ଅଭିନେତା ପୁରସ୍କାର ପାଇବେ କୁନା ତ୍ରିପାଠୀ । ‘ଚକ୍ଷୁ ବନ୍ଧନ’ ଫିଲ୍ମ ପାଇଁ ଶ୍ରେଷ୍ଠ ଖଳ ଅଭିନେତ୍ରୀ ଇଶାନି ଶେନ ଗୁପ୍ତା । 

୨୦୨୦ ପାଇଁ ଅମ୍ଲାନ ଦାସ ଓ ଦେବାଶିଷ ପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲଚିନିକୁ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ କରାଯାଇଛି । ଏଥିପାଇଁ ଦୀପାନ୍ୱିତ ଦାସମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ଚୟନ କରାଯାଇଛି । ସେହିଭଳି ୨୦୨୨ ବର୍ଷ ପାଇଁ ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ବିବେଚିତ କରାଯାଇଛି । ଏହା ସହିତ ଦମନ ଫିଲ୍ମକୁ ଶ୍ରେଷ୍ଠ ଚଳଚ୍ଚିତ୍ରରେ ସମ୍ମାନିତ କରାଯାଇଛି ।