୨୨ ଲକ୍ଷ ୩୦ ହଜାର ଟଙ୍କା ହେରଫେର କରି ବନ୍ଧା ହେଲେ କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି , ପିଅନ ରୂପକ ସାହୁଙ୍କ ଆକାଉଣ୍ଟକୁ ସରକାରୀ ଟଙ୍କା ପଠାଇଥିବା ଅଭିଯୋଗ

ଅଭିଯୋଗ ଅନୁସାରେ ପଦ୍ମପୁର ବରିକେଲରେ ଥିବା ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର  ବରିଷ୍ଠ କିରାଣି କ୍ଷୀରୋଦ୍ର ଭୋଇ ଗତ ଜୁନ ୧୧ ତାରିଖରେ ୮ଲକ୍ଷ ୨୪ହଜାର ୨୨୫ ଟଙ୍କା ଓ ଜୁଲାଇ ୨୨ତାରିଖରେ ବିଲ ନମ୍ବର ୨୩ରେ ୧୪ଲକ୍ଷ ୬୦ ହଜାର ୧୦ ଟଙ୍କା, ମୋଟ ୨୨ ଲକ୍ଷ ୩୦ ହଜାର ୨୨୫ ଟଙ୍କା ପିଅନ ରୂପକ ସାହୁଙ୍କ ଏଚ.ଡି.ଏଫ.ସି ବ୍ୟାଙ୍କ ଏକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା ।

27

କନକ ବ୍ୟୁରୋ : ୨୨ ଲକ୍ଷ ୩୦ ହଜାର ଟଙ୍କାର ହେରଫେର କରି ବନ୍ଧାହେଲେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି । ବରଗଡ଼ ପଦ୍ମପୁର ବରିକେଲ ଠାରେ ଥିବା ଜିଲ୍ଲା କୃଷି ଅଧିକାରୀଙ୍କ ଅଫିସରେ କାମ କରୁଥିବା ବରିଷ୍ଠ କିରାଣୀ କ୍ଷୀରୋଦ ଭୋଇ  ପିଅନ ରୂପକ ସାହୁ ଆକାଉଣ୍ଟକୁ ୨୨ ଲକ୍ଷ ୩୦ ହଜାର ୨୨୫ ସରକାରୀ ଟଙ୍କା ପଠାଇ ଆତ୍ମସାତ କରିଥିବା କୃଷି ଜିଲ୍ଲା ଅଧିକାରୀ ପଦ୍ମପୁର ପ୍ରଭାସ ପଣ୍ତା ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ  ମାମଲା ରୁଜୁକରି ବରିଷ୍ଠ କିରାଣି  କ୍ଷୀରୋଦ୍ର ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପିଅନ ରୂପକ ସାହୁ ଫେରାର ରହିଛି । ଅଭିଯୋଗ ଅନୁସାରେ ପଦ୍ମପୁର ବରିକେଲରେ ଥ‌ିବା ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର  ବରିଷ୍ଠ କିରାଣି କ୍ଷୀରୋଦ୍ର ଭୋଇ ଗତ ଜୁନ ୧୧ ତାରିଖରେ ୮ଲକ୍ଷ ୨୪ହଜାର ୨୨୫ ଟଙ୍କା ଓ ଜୁଲାଇ ୨୨ତାରିଖରେ ବିଲ ନମ୍ବର ୨୩ରେ ୧୪ଲକ୍ଷ ୬୦ ହଜାର ୧୦ ଟଙ୍କା, ମୋଟ ୨୨ ଲକ୍ଷ ୩୦ ହଜାର ୨୨୫ ଟଙ୍କା ପିଅନ ରୂପକ ସାହୁଙ୍କ ଏଚ.ଡି.ଏଫ.ସି ବ୍ୟାଙ୍କ ଏକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା । ଏହି ଘଟଣା ପଦ୍ମପୁର ସବ୍‌ ଟ୍ରେଜେରୀରୁ ଜିଲ୍ଲା କୃଷି ଅଧୂକାରୀ ଜାଣିବା ପରେ ପଦ୍ମପୁର ଥାନାରେ ଲିଖୂତ ଅଭିଯୋଗ କରିଥିଲେ । ଏନେଇ ପଦ୍ମପୁର ଥାନାରେ ଧାରା ୩୧୬ (୪), ୩୧୮ (୪)୩୦୫ ଋ/୩ (୫)ରେ ଏକ ମାମଲା(ନମ୍ବର ୨୪୦/୨୫) ମାମଲା ରୁଜୁ ହୋଇଥିଲା ।

ପୁଲିସ  ତଦନ୍ତ ପରେ କିରାଣି  କ୍ଷୀରୋଦ୍ର ଭୋଇଙ୍କୁ ଅଫିସ ବାସଭବନରୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ପିଅନ ରୂପକ ସାହୁ ଫେରାର ଥ‌ିବା ପୁଲିସ  ପକ୍ଷରୁ ଜଣାପଡିଛି । ଉଭୟ କିରାଣି  ଓ ପିଅନ ଗତ ୧୧ତାରିଖରୁ କାର୍ଯ୍ୟାଳୟକୁ  ଆସୁନଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe