କନକ ବ୍ୟୁରୋ: ଆଜିକା ଦିନରେ ବରିଷ୍ଠ ନାଗରିକଙ୍କ ପାଇଁ ଅର୍ଥ ସଞ୍ଚୟ କରିବା ଏବଂ ସେଥିରୁ ସର୍ବାଧିକ ଲାଭ ପାଇବାର ବଡ଼ ବାଟ ହେଉଛି ଫିକ୍ସଡ୍ ଡିପୋଜିଟ୍ । କାରଣ ଏବେକା ସମୟରେ ୧୦ରୁ ଅଧିକ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ପାଇଁ ଏଫଡି ସୁବିଧା ରଖିଛନ୍ତି ଯେଉଁଥିରେ ବାର୍ଷିକ ୭.୨୫ରୁ ୮.୫ ପ୍ରତିଶତ ସୁଧ ମିଳୁଛି ।
ବରିଷ୍ଠ ନାଗରିକଙ୍କ ପାଇଁ ଏଫଡି ସୁବିଧା ଯୋଗାଉଥିବା ବ୍ୟାଙ୍କ ମଧ୍ୟରେ ରହିଛି ଉତ୍କର୍ଷ ସ୍ମଲ ସ୍କେଲ ବ୍ୟାଙ୍କ । ଏଥିରେ ୩ ବର୍ଷ ପାଇଁ ୧ ଲକ୍ଷ ଟଙ୍କା ଫିକ୍ସଡ୍ ଡିପୋଜିଟ୍ କଲେ ଏଥିରେ ବର୍ଷକୁ ୮.୫ ପ୍ରତିଶତ ସୁଧ ମିଳୁଛି ।
/filters:format(webp)/kanak/media/media_files/2025/07/29/fd-3-2025-07-29-14-52-36.jpg)
ଏହାପରେ ରହିଛି ’ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ’ , ଯାହା ବର୍ଷକୁ ୧ ଲକ୍ଷ ଟଙ୍କାରେ ୮.୨୫ ପ୍ରତିଶତ ସୁଧ ଦେଉଛି ।
/filters:format(webp)/kanak/media/media_files/2025/07/29/fd-4-2025-07-29-14-52-53.jpg)
ସର୍ବୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଧ୍ୟ ଦେଉଛି ଆକର୍ଷଣୀୟ ସୁଧ । ଏହି ବ୍ୟାଙ୍କରେ ବରିଷ୍ଠ ନାଗରିକ ବର୍ଷକୁ ୧ ଲକ୍ଷ ଟଙ୍କାରେ ୮.୧୫ ସୁଧ ହାର ମିଳୁଛି । ଏହାର ଅର୍ଥ ୩ ବର୍ଷରେ ମାଚ୍ୟୁରିଟି ବେଳକୁ ଆପଣ ୧.୨୪ ଲକ୍ଷ ଟଙ୍କା ପାଇବେ ।
/filters:format(webp)/kanak/media/media_files/2025/07/29/fd-5-2025-07-29-14-53-16.jpg)
ଏହାପରେ ଆସୁଛି Yes Bank । ଏହି ବ୍ୟାଙ୍କରେ ବରିଷ୍ଠ ନାଗରିକଙ୍କ ପାଇଁ ଫିକ୍ସଡ୍ ଡିପୋଜିଟରେ ରହିଛି ଦୁଇଟି ସ୍କିମ୍ । ଉଭୟରେ ଯଥାକ୍ରମେ ରହିଛି ୮.୧୫, ଓ ୭.୮୫ ପ୍ରତିଶତ ସୁଧହାର ।
/filters:format(webp)/kanak/media/media_files/2025/07/29/fd-6-2025-07-29-14-53-34.jpg)
ବନ୍ଧନ ବ୍ୟାଙ୍କ ମଧ୍ୟ ବରିଷ୍ଠ ନାଗରିକଙ୍କୁ ଦେଉଛି ଫିକ୍ସଡ ଡିପୋଜିଟ୍ ସ୍କିମରେ ସର୍ବାଧିକ ସୁଧ ହାର । ୩ ବର୍ଷର ଏଫଡିରେ ଏହି ବ୍ୟାଙ୍କ ବାର୍ଷିକ ଦେଉଛି ୭.୭୫ ପ୍ରତିଶତ ସୁଧ ।
/filters:format(webp)/kanak/media/media_files/2025/07/29/fd-7-2025-07-29-14-53-56.jpg)
ଉଜ୍ଜୀବନ ସ୍ମଲ ସ୍କିମ୍ ଫାଇନାନ୍ସ ବ୍ୟାଙ୍କ ମଧ୍ୟ ଦେଉଛି ବରିଷ୍ଠ ନାଗରିକଙ୍କୁ ଅଶେଷ ସୁବିଧା । ୩ ବର୍ଷିୟା ଏଫଡିରେ ୧ ଲକ୍ଷ ଟଙ୍କାକୁ ଦେଉଛି ୭.୭୦ ପ୍ରତିଶତ ସୁଧ ।
/filters:format(webp)/kanak/media/media_files/2025/07/29/fd-8-2025-07-29-14-54-15.jpg)
Follow Us