ସିନେ ଦୁନିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ ଡିସ୍କୋ ଡ୍ୟାନ୍ସର ।  ମିଳିବ ଦାଦା ସାହେବ ଫାଲକେ ପୁରସ୍କାର ।

Advertisment

ତିନିତିନି ଥର ଜାତୀୟ ଚଳଚିତ୍ର ପୁରସ୍କାର ଓ ଫିଲ୍ମ ଫେୟାର ଆୱାର୍ଡ ଏବଂ ଅନେକ ସମ୍ମାନ ହାତେଇଥିବା ମିଥୁନ ଦାଙ୍କୁ ଏବେ ମିଳିବ ସିନେ ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ଆୱାର୍ଡ । ସୋମବାର କେନ୍ଦ୍ରମନ୍ତ୍ରୀ ଅଶ୍ବୀନୀ ବୈଷ୍ଣବ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।

ତିନିତିନି ଥର ଜାତୀୟ ଚଳଚିତ୍ର ପୁରସ୍କାର ଓ ଫିଲ୍ମ ଫେୟାର ଆୱାର୍ଡ ଏବଂ ଅନେକ ସମ୍ମାନ ହାତେଇଥିବା ମିଥୁନ ଦାଙ୍କୁ ଏବେ ମିଳିବ ସିନେ ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ଆୱାର୍ଡ । ସୋମବାର କେନ୍ଦ୍ରମନ୍ତ୍ରୀ ଅଶ୍ବୀନୀ ବୈଷ୍ଣବ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।

46୍୍୍

କନକ ବ୍ୟୁରୋ: ବଲିଉଡରେ ଅତୁଳନୀୟ ଅବଦାନ ପାଇଁ ବରିଷ୍ଠ କଳାକାର ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ସମ୍ମାନଜନକ ଦାଦା ସାହେବ ଫାଲକେ ଆୱାର୍ଡ । ଅକ୍ଟୋବର ୮ରେ ମିଥୁନ ଦାଙ୍କୁ ସମ୍ମାନିତ କରାଯିବ । ମିଥୁନ ଚକ୍ରବର୍ତ୍ତୀ ସିନେ ଇଣ୍ଡଷ୍ଟ୍ରିର ଏମିତି ଜଣେ କଳାକାର ଯିଏକି ନିଜର ନିଆରା ଡ୍ୟାନ୍ସ ଷ୍ଟାଇଲ, ଡାଇଲଗ ଡେଲିଭରୀ, ଆକ୍ସନ ରୋଲ୍ ପାଇଁ କଳା ଦୁନିଆରେ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ତିନିତିନି ଥର ଜାତୀୟ ଚଳଚିତ୍ର ପୁରସ୍କାର ଓ ଫିଲ୍ମ ଫେୟାର ଆୱାର୍ଡ ଏବଂ ଅନେକ ସମ୍ମାନ ହାତେଇଥିବା ମିଥୁନ ଦାଙ୍କୁ ଏବେ ମିଳିବ ସିନେ ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ଆୱାର୍ଡ । ସୋମବାର କେନ୍ଦ୍ରମନ୍ତ୍ରୀ ଅଶ୍ବୀନୀ ବୈଷ୍ଣବ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ସେପଟେ ମିଥୁନଙ୍କ ପରିବାର ଓ ପ୍ରଂଶସକଙ୍କ ନିକଟରେ ଏହି ଖବର ପହଁଚିବାପରେ ଖୁସିର ଲହରି ଖେଳିଯାଇଛି । 

ସମ୍ମାନ ଜନକ ଦାଦା ସାହେବ ଫାଲକେ ଆୱାର୍ଡ ପାଇବା ନେଇ ତାଙ୍କ ନାଁ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ମିଥୁନା ଦା । ଏହି ତାଙ୍କ ପାଇଁ କୌଣସି ବଡ ସମ୍ମାନ ଓ ସ୍ବପ୍ନଠୁ କିଛି କମ ନୁହେଁ ବୋଲି କହିଛନ୍ତି ବଲିଉଡ ଡିସ୍କୋ ଡ୍ୟାନ୍ସର । ୧୯୭୬ ମସିହାରେ ମୃଗୟା ସିନେମାରୁ ମିଥୁନ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ କରିଥ‌ିଲେ। ସବୁଠୁ ବଡ କଥା ହେଉଛି ପ୍ରଥମ ସିନେମାରେ ଚମତ୍କାର ଅଭିନୟ କରି ସେ ଜାତୀୟ ଚଳଚିତ୍ର ପୁରସ୍କାର ପାଇଥିଲେ ।

ପ୍ରଥମରୁ ତାଙ୍କୁ ସିନେ କ୍ୟାରିୟର ବେଶ୍‌ ସଂଘର୍ଷମୟ ସମୟ ଥିବା ବେଳେ ସମୟକ୍ରମେ ସେ ଜଣେ ସଫଳ ଅଭିନେତା ଭାବେ ନିଜକୁ ପରିଚିତ କରାଇବାରେ ସଫଳ ହୋଇଥିଲେ। ୮୦ଦଶକରେ ମିଥୁନ ଜଣେ ଲୋକପ୍ରିୟ, ସଫଳ କଳକାରଭାବେ ନିଜକୁ ପ୍ରମାଣିତ କରିବା ସହ ସମ୍ମାନ ପରେ ସମ୍ମାନ ହାତଉଥିଲେ । 

ସବୁଠୁ ବଡ କଥା ହେଉଛି ବଲିଉଡରେ ଡିସ୍କୋ ଡ୍ୟାନ୍ସକୁ ଅସଲ ପରିଚୟ ଦେବାରେ ମିଥୁନ ଦାଙ୍କ ଅତୁଳନୀୟ ଭୂମିକା ରହିଛି । ତେବେ ସମୟକ୍ରମେ ରାଜନୀତିରେ ପ୍ରବେଶ କରିବା ସହ ପାର୍ଶ୍ବ ଅଭିନେତା ଭାବେ ଆଜି ଅଭିନୟ ଜାରି ରଖିଛନ୍ତି ମିଥୁନ ଚକ୍ରବର୍ତ୍ତୀ ।ଏକାଧାରାରେ ଜଣେ ଅଭିନେତା, ପ୍ରଯୋଜକଳ ନିର୍ଦ୍ଦେଶକ, କାହାଣୀକାର ଓ ରାଜନେତା ଭାବେ ମିଥୁନଙ୍କ ଉଭୟ ସିନେମା ଓ ରାଜନୀତି ଯାତ୍ରାକୁ ବେଶ ସଫଳତା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe