କନକ ବ୍ୟୁରୋ : ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଲେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ଏଯାଏ ପରିବାର ତରଫରୁ ସିବିଆଇ ତଦନ୍ତ ପାଇଁ କେହି ବି ଲିଖିତ ଭାବେ ଜଣାଇଲେ ନାହିଁ । କାହିଁକି ଲିଖିତ ଜଣାଉ ନାହାନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି ଜୟନାରାୟଣ । ନବ ଦାସଙ୍କ ପରିବାରର ବିଜନେସ ଇଣ୍ଟରେଷ୍ଟ ରହିଥଇବା ମଧ୍ୟ ସେ ଅଭିଯୋଗ କରିଛନ୍ତି । 

Advertisment

ସେହିପରି ଅନ୍ୟ କୌଣସି କାରଣ ମଧ୍ୟ ଥାଇପାରେ । ଏପରି କି ପରିବାର ଲୋକଙ୍କୁ ଭୟଭିତ କରାଯାଉଥାଇ ପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଜୟନାରାଣ । ସିବିଆଇ ତଦନ୍ତ ହେଲେ ହତ୍ୟା ପଛର ପ୍ରକୃତ କାରଣ ସାମ୍ନାକୁ ଆସି ପାରିବ । ତଦନ୍ତ ହେଲେ ବଡ଼ ବଡ଼ ମୁଣ୍ଡ ବାହାରିବେ ବୋଲି କହିଛନ୍ତି ଜୟନାରାୟଣ । ତେବେ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଦିନ ଲିଖିତ ଜଣାଇବେ ବୋଲି କହିଥିଲେ ଝିଅ ଦୀପାଲି ଦାସ । ପରିବାର ଲୋକଙ୍କ ସହ ଆଲୋଚନା କରି ସିବିଆଇ ତଦନ୍ତ ପାଇଁ ଖୁବଶୀଘ୍ର ଲିଖିତ ଦିଆଯିବ ବୋଲି ଗଣମାଧ୍ୟମ ଆଗରେ କହିଥିଲେ । କିନ୍ତୁ ମାସେ ପରେ ମଧ୍ୟ ପରିବାର ଲୋକ ଚୁପ ଥିବାରୁ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।