ବିଜେଡିରେ ଅଲୋଡା କି ବରିଷ୍ଠ? ଦଳୀୟ କାର୍ଯ୍ୟରେ କାହିଁକି ମିଳୁନି ଦେଖା?

ବିଜେଡିରେ ଯେମିତି ଅଲୋଡ଼ା ହୋଇପଡିଛନ୍ତି ବରିଷ୍ଠ ନେତା। ଦଳୀୟ କାର୍ଯ୍ୟକ୍ରମରେ ଏମାନଙ୍କୁ ଦେଖିବାକୁ ମିଳୁନାହିଁ। ନିର୍ବାଚନ ପୂର୍ବରୁ ଯେଉଁମାନେ ନେତୃତ୍ୱ ନେଉଥିଲେ, ଏବେ ଦୁରେଇ ଯାଇଛନ୍ତି। ମନେ ହେଉଛି, ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଦଳ ଫେଲ୍ ମାରିଛି।

bjd aloda

କନକ ବ୍ୟୁରୋ: ବିଜେଡିରେ ଯେମିତି ଅଲୋଡ଼ା ହୋଇପଡିଛନ୍ତି ବରିଷ୍ଠ ନେତା। ଦଳୀୟ କାର୍ଯ୍ୟକ୍ରମରେ ଏମାନଙ୍କୁ ଦେଖିବାକୁ ମିଳୁନାହିଁ। ନିର୍ବାଚନ ପୂର୍ବରୁ ଯେଉଁମାନେ ନେତୃତ୍ୱ ନେଉଥିଲେ, ଏବେ ଦୁରେଇ ଯାଇଛନ୍ତି। ମନେ ହେଉଛି, ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଦଳ ଫେଲ୍ ମାରିଛି। ଆଉ ବିଜେଡି ସଙ୍ଗଠନ ପାଇଁ ବଡ଼ ବିପଦ ଘନେଇ ଆସୁଛି ।

  • ବିଜେଡିରେ ଅଲୋଡା କି ବରିଷ୍ଠ?
  • ଦଳୀୟ କାର୍ଯ୍ୟରେ କାହିଁକି ମିଳୁନି ଦେଖା? 

ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ଅମର ଶତପଥି, ଶଶୀ ବେହେରା । ଏକଦା ବିଜେଡି କହିଲେ ଏମାନଙ୍କ ନାଁ ଆଗରୁ ରହୁଥିଲା । ହେଲେ ପରାଜୟ ପରେ ସବୁ ଅଙ୍କ ବଦଳି ଯାଇଛି । କିଛି ନେତା ଜିତିବା ପରେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ଦେଖା ମିଳୁ ନାହାନ୍ତି। ଆଉ କିଛି ପରାଜୟ କିମ୍ବା ଟିକେଟ ନ ପାଇବା ପରଠାରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ : ବିଜେଡିର ବରିଷ୍ଠ ତଥା ୮ ଥରର ବିଧାୟକ । ସବୁଠାରୁ ଅଭିଜ୍ଞ ଦଳର ଟାଣୁଆ ସଂଗଠକ । ହେଲେ ଚଳିତ ବିଧାନସଭାରେ ତାଙ୍କ ସ୍ବର ଶୁଭୁନଥିଲା। କୌଣସି ପ୍ରସଙ୍ଗରେ ସରକାରଙ୍କୁ ଘେରି ନଥିଲେ ରାଜା।  

ପ୍ରସନ୍ନ ଆଚାର୍ଯ୍ୟ : ତାଙ୍କୁ ଦଳ ଉପନେତା ପରି ଗୁରୁ ଦାୟିତ୍ୱ ଦେଇଛି । ହେଲେ ସେ ବିଧାନସଭାକୁ ନ ଆସିବା କିଛି ଭିନ୍ନ ଚର୍ଚ୍ଚାକୁ ଇଙ୍ଗିତ କରୁଛି ।

ଅମର ଶତପଥି: ଚଳିତ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟରୁ ବଞ୍ଚିତ କରିଥିଲା । ଲଗାତାର ୬ ଥରର ବିଧାୟକଙ୍କୁ ଟିକେଟରୁ ଦୁରେଇ ରଖିବା ସହ ଏବେ ଶଙ୍ଖ ଭବନ କିମ୍ବା ନବୀନ ନିବାସରେ ମଧ୍ୟ ଦେଖିବାକୁ ମିଳୁନାହିଁ ।

ଅମରଙ୍କ ପରି ବରିଷ୍ଠ ନେତା ଶଶୀ ବେହେରାଙ୍କର ମଧ୍ୟ ସମାନ ଅବସ୍ଥା । ହାରିଥିବା ନେତା ନୃସିଂହ ସାହୁ, ପ୍ରଫୁଲ ସାମଲ, ପ୍ରଫୁଲ ମଲ୍ଲିକଙ୍କୁ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ବିଶେଷ ଦେଖିବାକୁ ମିଳୁନାହିଁ । ତେବେ ବରିଷ୍ଠ ସାମ୍ବାଦିକ କହିଛନ୍ତି, ଦଳ ପରାଜୟ ପରେ ଦଳର ଆଭିମୁଖ୍ୟ ବଦଳୁଥିବା ବେଳେ ବରିଷ୍ଠ ନେତାଙ୍କୁ ଅଣଦେଖା କରିବା ଦଳକୁ ମହଙ୍ଗା ପଡିବ ।

ସୂଚନାଯୋଗ୍ୟ ଯେ, ନିର୍ବାଚନରେ ପରାଜୟ ପରେ ଅନୁମାନ କରାଯାଉଥିଲା ବିଜେଡି ଉଭୟ ବରିଷ୍ଠ ଓ ଯୁବ ନେତାଙ୍କ ସମନ୍ବୟରେ ଆଗକୁ ବଢ଼ିବ। କିନ୍ତୁ ନିର୍ବାଚନର ୩ ମାସ ପରେ ବି ସେମିତି କିଛି ହୋଇନାହିଁ। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe