କନକ ବ୍ୟୁରୋ : ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ବିସ୍ଫୋରଣ । ଦୀର୍ଘଦିନ ପରେ ମୁଁହ ଖୋଲିଛନ୍ତି, ପ୍ରଫୁଲ୍ଲ ମଲ୍ଲିକ । କହିଛନ୍ତି, ଏବେ ବିଜେଡ଼ିରେ ଅଛି । କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ  ଯୋଗ ଦେଉନାହାନ୍ତି । ଆଗକୁ ଯଦି ଦଳ ଠିକ ନଚାଲେ ଦଳଠୁ ଦୂରେଇ ଯିବେ । ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି। ପୂର୍ବ ବିଚାର ଧାରାରେ ଦଳ ନାହିଁ । ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲେ ।  ପିଏସି ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତି ଗ୍ରହଣ କରାଯାଇଛି । ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନି । ତାଙ୍କ ସହ କେହି ଆଲୋଚନା କରିନାହାଁନ୍ତି କି ସେ କାହାକୁ ଭେଟିନାହାନ୍ତି । ବର୍ତ୍ତମାନ ନୂଆ ବିଜେଡି ଗଠନର ସମୟ ନୁହେଁ । ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ ବୋଲି କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ ।