ଭିଜିଲାନ୍ସ ଜାଲରେ ସେମିଳିଗୁଡା ଫରେଷ୍ଟର ନିରଞ୍ଜନ ଶତପଥୀ

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେମିଳିଗୁଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ସରକାରୀ ବସଭବନ ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ  । 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେମିଳିଗୁଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ସରକାରୀ ବସଭବନ ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ  । 

90

Photograph: (KANAKNEWS)

କନକବ୍ୟୁରୋ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେମିଳିଗୁଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ସରକାରୀ ବସଭବନ ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ  ।  ଏହାଛଡ଼ା ଆଜି ସକାଳୁ ଭୁବନେଶ୍ୱରରେ ବି ଭିଜିଲାନ୍ସ ଚଢ଼ାଉ କରଛି । ତାଙ୍କ ଝାରପଡ଼ାର ଘରୁ ବହୁ ସୁନା ରୁପା ଗହଣା, ଦାମୀ ଘଣ୍ଟା, ନଗଦ ଟଙ୍କା ଜବତ ହୋଇଛି। ଫରେଷ୍ଟ ଗାର୍ଡରୁ ଫରେଷ୍ଟର ହୋଇଛନ୍ତି ନିରଞ୍ଜନ ଶତପଥୀ  ।

ରାତିରେ ଶୋଇଥିବା ବେଳେ ଘର ଭାଙ୍ଗିଦେଲା ଦନ୍ତାହାତୀ : ୨ଗୁରୁତର ମେଡ଼ିକାଲରେ ଭର୍ତ୍ତି

ତାଙ୍କର ସଂପତ୍ତି ଦେଖି ଭିଜିଲାନ୍ସ ଟିମ୍ ବିସ୍ମିତ ହୋଇଛନ୍ତି। ସ୍ବଳ୍ପ ଦରମାଭୋଗୀ ଜଣେ ସାଧାରଣ ଫରେଷ୍ଟର କେମିତି ଏତେ ସଂପତ୍ତି ଅର୍ଜନ  କଲେ, ତାର ଖୋଳତାଡ଼ କରୁଛି ଭିଜିଲାନ୍ସ। ଭୁବନେଶ୍ୱର ଡିଭିଜନର ସାତ ଜଣିଆ ଟିମ ଚଢ଼ାଉ ଜାରି ରଖିଛି। ଭିଜିଲାନ୍ସ ଟିମ ସେମିଳିଗୁଡାର ସରକାରୀ କ୍ୱାର୍ଟର, ଅଫିସ କାର୍ଯ୍ୟାଳୟରେ ଛାନଭିନ କରୁଥିବା ଜଣା ପଡିଛି। ଏହା ସହିତ ଭୁବନେଶ୍ୱର ଝାରପଡ଼ାରେ ଥିବା ଦୁଇଗୋଟି ତିନି ମହଲା ଘର ଓ ଜଗତସିଂହପୁର  ମୁକୁନ୍ଦପୁର ଠାରେ ଥିବା ତାଙ୍କର ପୈତୃକ ବାସଭବନଠାରେ ମଧ୍ୟ ଭିଜିଲାନ୍ସ ଟିମ ଚଢ଼ାଉ କରୁଥିବା ଜଣା ପଡ଼ିଛି।

ତଦନ୍ତ ପରେ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ତାହା ଜଣାପଡିବ। ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସକୁ ଖବର ମିଳିଥିଲା। ଆଜି ଭୋର ସକାଳୁ ମାଲକାନଗିରି ସମେତ ଏମପିଭି-୧୦ସ୍ଥିତ ତାଙ୍କ ଘର, ଅଫିସ ଏବଂ ରାଇଘର ସ୍ଥିତ ଶ୍ୱଶୁର ଘରେ ଏକାକାଳୀନ ଚଢ଼ାଉ ଚାଲିଛି।ତଦନ୍ତ ପରେ ସଠିକ ସମ୍ପତ୍ତି ସମ୍ପର୍କରେ କୁହାଯାଇପାରିବ ବୋଲି ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe