କନକ ବ୍ୟୁରୋ: ଭୁବନେଶ୍ବରକୁ କେନ୍ଦ୍ର ସରକାରଙ୍କ ବଡ଼ ଭେଟି । ଦୁଇ ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍ ଭୁବନେଶ୍ବରରେ ପ୍ରତିଷ୍ଠା ହେବ । ୧୯୪୩ କୋଟି ଟଙ୍କାର ହେବ ନିବେଶ । ସେମିକଣ୍ଡକ୍ଟର ସହ ଥ୍ରୀ-ଡି ଗ୍ଲାସ ମାନୁଫାକଚରିଂ ୟୁନିଟ୍ ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା ରହିଛି ।
ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ହୋଇଥିବା ଏକ ନିଷ୍ପତ୍ତି ରାଜ୍ୟ ପାଇଁ ବଡ଼ ଖୁସି ଆଣିଦେଇଛି। କାରଣ ଓଡ଼ିଶାରେ ଦୁଇଟି ସେମିକଣ୍ଡକକ୍ଟର ୟୁନିଟ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଦୁଇଟି ସେମିକଣ୍ଡକକ୍ଟର ପ୍ରକଳ୍ପ
ଏଥିପାଇଁ ୧୯୪୩ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି
ପ୍ରକଳ୍ପ ନିର୍ମାଣ କରିବ ହିଟ୍ରୋଜେନସ୍ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍
ବାର୍ଷିକ ୭୦ହଜାର ଗ୍ଲାସ୍ ପ୍ୟାନେଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି
ବାର୍ଷିକ ୧୩ ହଜାର ୟୁନିଟ୍ ଥ୍ରୀ-ଡିଏଚ୍ଆଇ ମଡ୍ୟୁଲ୍ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ
ମୋବାଇଲ ଫୋନ କିମ୍ବା ଇଲେକଟ୍ରୋନିକ୍ସ ଉପକରଣର ଏକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ସେମିକଣ୍ଡକ୍ଟର। ଟ୍ରାଞ୍ଜିଷ୍ଟର, ଡାୟୋଡ୍ ଏବଂ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ନିର୍ମାଣ କ୍ଷେତ୍ରରେ ବିଶେଷ ସହାୟକ ହୁଏ। ଏଥିପାଇଁ ଭାତର ବିଶେଷ କରି ଚୀନ, ତାଇୱାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଭଳି ଦେଶ ଉପରେ ନିର୍ଭରଶୀଳ। ତେଣୁ ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ସେମିକଣ୍ଡକକ୍ଟର ପ୍ରକଳ୍ପ, ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଓଡ଼ିଶାର ଯୋଗଦାନକୁ ସୁନିଶ୍ଚିତ କରିବ ବୋଲି କୁହାଯାଉଛି।
ସେମିକଣ୍ଡକ୍ଟର ସହ ଥ୍ରୀ-ଡି ଗ୍ଲାସ ମାନୁଫାକଚରିଂ ୟୁନିଟ୍ ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା ରହିଛି। ସେହିପରି ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟ ଆଉଏକ ସେମିକଣ୍ଡକ୍ଟର ପ୍ରକଳ୍ପ ଭୁବନେଶ୍ୱରରେ ପ୍ରତିଷ୍ଠା କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ୨ ହଜାର ୬୬ କୋଟି ଟଙ୍କା ନିବେଶ କରିବ ସଂସ୍ଥା। ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର, ପଞ୍ଜାବରେ ଗୋଟିଏ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ଗୋଟିଏ ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ହେବ । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/12/43-2025-08-12-19-24-38.jpg)