୪ କାରଖାନାରୁ ଚଳିତବର୍ଷ ଉତ୍ପାଦନ ହେବ ସେମିକଣ୍ଡକ୍ଟର

Advertisment

ଏଆଇ, ବିଦ୍ୟୁତ୍‌ ଯାନ ଏବଂ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଚାହିଦା ଯୋଗୁ ସେମିକଣ୍ଡକ୍ଟରର ଆବଶ୍ୟକତା ବୃଦ୍ଧି ପାଇଛି । ଭାରତ ସେମିକଣ୍ଡକ୍ଟର ଶିଳ୍ପ ସଂପର୍କିତ ୧୦ଟି ପ୍ରକଳ୍ପକୁ ବହୁ ପୂର୍ବରୁ ମଞ୍ଜୁରି ଦେଇସାରିଛି । ‌

ଏଆଇ, ବିଦ୍ୟୁତ୍‌ ଯାନ ଏବଂ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଚାହିଦା ଯୋଗୁ ସେମିକଣ୍ଡକ୍ଟରର ଆବଶ୍ୟକତା ବୃଦ୍ଧି ପାଇଛି । ଭାରତ ସେମିକଣ୍ଡକ୍ଟର ଶିଳ୍ପ ସଂପର୍କିତ ୧୦ଟି ପ୍ରକଳ୍ପକୁ ବହୁ ପୂର୍ବରୁ ମଞ୍ଜୁରି ଦେଇସାରିଛି । ‌

Ashwini Baishanv

Ashwini Baishanv Photograph: (kanak news)

କନକ ବ୍ୟୁରୋ : ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଏଆଇ କ୍ଷେତ୍ରରେ ଭାରତ ଆଗକୁ ବଢ଼ୁଛି । ଏଆଇ, ବିଦ୍ୟୁତ୍‌ ଯାନ ଏବଂ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଚାହିଦା ଯୋଗୁ ସେମିକଣ୍ଡକ୍ଟରର ଆବଶ୍ୟକତା ବୃଦ୍ଧି ପାଇଛି । ଭାରତ ସେମିକଣ୍ଡକ୍ଟର ଶିଳ୍ପ ସଂପର୍କିତ ୧୦ଟି ପ୍ରକଳ୍ପକୁ ବହୁ ପୂର୍ବରୁ ମଞ୍ଜୁରି ଦେଇସାରିଛି । ‌ସେଥି ମଧ୍ୟରୁ ୪ଟି କାରଖାନାରୁ ଚଳିତବର୍ଷ ବାଣିଜ୍ୟିକ ଉତ୍ପାଦନ ହେବା ନେଇ ଆଶା ରହିଛି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ସେହି ପ୍ରକଳ୍ପଗୁଡ଼ିକ ହେଉଛି ସିଜି ସେମି, କିନ୍ସ ଟେକ୍ନୋଲୋଜି, ମାଇକ୍ରନ ଟେକ୍ନୋଲୋଜି ଓ ଟାଟା ଇଲେକ୍ଟ୍ରୋନିକ୍ସ ଆସାମ। ସେମିକଣ୍ଡକ୍ଟରର ଡିଜାଇନ ଏବଂ ଏହି କ୍ଷେତ୍ର ପାଇଁ ଦକ୍ଷ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ମଧ୍ୟ ଭାରତ ଅଗ୍ରଗତି ହାସଲ କରିଛି । ଡିଜାଇନରେ ୨୩ଟି ଷ୍ଟାର୍ଟଅପ୍‌ ଉଦ୍ୟୋଗ ସାମିଲ ହୋଇଛନ୍ତି । ୩୧୩ଟି ବିଶ୍ବବିଦ୍ୟାଳୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହେଉଛି । ତେଣୁ ଦେଶରେ ଏ କ୍ଷେତ୍ରରେ ଏକ ଭଲ ପରିବେଶ ସୃଷ୍ଟି ହେଉଛି ।

ଏସବୁ ପାଇଁ ୨୦୨୮ ସୁଦ୍ଧା ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ବିଶ୍ବରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିବ । ୨୦୩୨ ବେଳକୁ ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ହବ୍‌‌ରେ ପରିଣତ ହେବା ଆଶା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେହି ସମୟ ବେଳକୁ ଭାରତ ୩ ନାନୋମିଟରର ଚିପ୍‌ ନିର୍ମାଣ କ୍ଷମତା ମଧ୍ୟ ହାସଲ କରିଥିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପ ବିପ୍ଳବ ୫.୦ରେ ଏଆଇର ପ୍ରତିନିଧିତ୍ବ ରହିବ । ଶିଳ୍ପ ସମେତ ଲୋକଙ୍କ ଜୀବନ ଏବଂ ସମାଜକୁ ନୂଆ ରୂପ ଦେବ ଏଆଇ । ଏଆଇ କ୍ଷେତ୍ରରେ ସ୍ବାଧୀନ ହେବା ଦେଶର ପ୍ରାଥମିକତା ରହିଛି । ତେଣୁ ଏଆଇର ୫ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଯଥା ଆପ୍ଲିକେସନ୍‌, ମଡେଲ, ଚିପ୍‌ସେଟ୍‌, ଭିତ୍ତିଭୂମି ଓ ଶକ୍ତି କ୍ଷେତ୍ରରେ ଭାରତ କାର୍ଯ୍ୟ କରୁଛି । ଇଣ୍ଡିଆ ଏଆଇ ମିସନ ଅଧୀନରେ ୧୨ଟି ଟିମ୍‌ କାର୍ଯ୍ୟ କରୁଛି ।

ଅଧିକ ପଢ଼ନ୍ତୁ---ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ଗ୍ରହଣ କଲେ ଗୋର୍‌ ; ଆଜି ଭାରତ-ଆମେରିକା ବାଣିଜ୍ୟ ଆଲୋଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe