କନକ ବ୍ୟୁରୋ : ଓଡ଼ିଶାରେ ହେବ ସେମି କଣ୍ଡକ୍ଟର ହବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ସେମିକନ୍ ଦିଲ୍ଲୀର କର୍ପୋରେଟ ଭାଇସ ପ୍ରେସିଡେଣ୍ଟ ଡକ୍ଟର ଆର ସ୍ୱାମୀନାଥନ । ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେମି କଣ୍ଡକ୍ଟର ବ୍ୟବହାର ନେଇ ରାଜ୍ୟରେ ଭରପୁର ସୁଯୋଗ ରହିଛି । ଏହାସହିତ ଓଡ଼ିଶାରେ ଆଇ ଆଇ ଟି ଏବଂ ନାଇଜର ଭଳି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ରହିଛି, ଯାହା ସେମି କଣ୍ଡକ୍ଟର ଜରିଆରେ ଭରପୁର ସୁଯୋଗ ଆଣିବ ।
କେବଳ ସୁଯୋଗ ନୁହେଁ ଏହା ମଧ୍ୟ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧିରେ ସହକାୟ ହୋଇପାରିବ । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଏହା କହିଛନ୍ତି ସ୍ୱାମୀନାଥନ । ପୂର୍ବରୁ ଏହି କ୍ଷେତ୍ରରେ ଧାରାକୁ ତ୍ୱରିତ କରିବା ପାଇଁ ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟିକ ଅନୁଷ୍ଠାନ ରହିଛନ୍ତି । ତେଣୁ ଏହା ଓଡ଼ିଶାର ସାମଗ୍ରୀକ ବିକାଶରେ ଉନ୍ନତି କରିପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/uxPbWlGl96Zokkfk9ETb.jpg)