କନକବ୍ୟୁରୋ: କିଛି ନୂଆ କରିବାର ଜିଦ ଆଉ କଠିନ ପରିଶ୍ରମ ବାସ ତାପରେ ଚଢି ଚାଲିଛନ୍ତି ସଫଳତାର ଗୋଟିଏ ପରେ ଗୋଟିଏ ସିଢି । ଏମୁ ପକ୍ଷୀ ଚାଷ କରି ଆଜି ଦିନରେ ସେ ହୋଇ ପାରି ଛନ୍ତି ସ୍ୱୟଂ ସମ୍ପୂର୍ଣ ଆଉ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା ଆମେ କହୁଛୁ ରାଉରକେଲା କୁଆଁରମୁଣ୍ଡାରେ ରହୁଥିବା ସେଲିନା ଖାଲକୋଙ୍କ ସଂଘର୍ଷର କାହାଣୀ ଆଉ ଏବେ ଏମୁ ପକ୍ଷୀ ଚାଷ କରି ଅନ୍ୟ ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣା
ନୂଆ କିଛି କରିବାର ଇଛା ତାଙ୍କୁ ଦେଇଛି ସଫଳତା । ଧର୍ଯ୍ୟ ଆଉ କଠିନ ପରିଶ୍ରମ ବଳରେ ସେ ହୋଇଛନ୍ତି ସ୍ବୟଂ ସମ୍ପୂଣ୍ଣା । ଆମେ କହୁଛୁ ରାଉରକେଲା କୁଆଁରମୁଣ୍ଡା ବ୍ଲକର ସଫଳ ଚାଷୀ ସେଲିନା ଖାଲକୋଙ୍କ କଥା । ବିଶେଷକରି ମହିଳା ମାନେ ଛତୁ, ଧୂପକାଠି, ପାମ୍ପଡ଼ ଓ ମାଛ ଚାଷ କରୁଥିବା ବେଳେ ସେଲିନା ଏମୁ ପକ୍ଷୀ ଭଳି ବିରଳ ଚାଷ କରି ଲାଭବାନ ହେଉଛନ୍ତି । ଏମୁ ପକ୍ଷୀଙ୍କ ପାଇଁ ଦାନା ଦେବାଠୁ ଆରମ୍ଭ କରି ଯତ୍ନ ନେବା ସବୁ କିଛି କରୁଛନ୍ତି ସେଲିନା । ଏହି କାମରେ ତାଙ୍କୁ ଆଉ ୩ଜଣ ମହିଳା ସହଯୋଗ କରୁଛନ୍ତି ।
୨୦୨୦ରେ ଗୁଜରାଟ ଯାଇ ପ୍ରଥମେ ୧୪ଟି ଏମୁ ପକ୍ଷୀ ଆଣିଥିଲେ ଏଲିନାଙ୍କ ସ୍ୱାମୀ ରାଜେଶ ଏମୁ ପକ୍ଷୀର ଲାଳନ ପାଳନଠୁ ଆରମ୍ଭ କରି ସବୁ କିଛି କରିଥିଲେ ଏଲିନା ବଡ ହେବା ପରେ ତାକୁ ଭୁବନେଶ୍ୱର, ଛତିଶଗଡ଼ ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ୧୨ରୁ ୧୪ ହଜାର ଟଙ୍କାରେ ବିକ୍ରି କରୁଛନ୍ତି
ଏପରିକି ଏମୁ ପକ୍ଷୀର ଅଣ୍ଡା ଗୋଟାକୁ ଦୁଇ ହଜାର ଟଙ୍କାରେ ବିକ୍ରି କରି ସେ ଲାଭବାନ ହେଉଛନ୍ତି ଅଣ୍ଡାରୁ ଛୁଆ ବାହାର କରିବାକୁ ତାଙ୍କ ପାଖରେ ଗୋଟିଏ ହ୍ୟାଚିଂ ମେସିନ ମଧ୍ୟ ଅଛି କ୍ଷ ସେଲିନାଙ୍କ ସ୍ବାମୀ ତାଙ୍କୁ ଏହି କାମରେ ସମସ୍ତ ସହଯୋଗ କରୁଛନ୍ତି । ତାଙ୍କର ଏଭଳି ଚାଷ ଦେଖି ଅନ୍ୟ ମହିଳା ମାନେ ଅନୁପ୍ରାଣିତ ହେଉଛନ୍ତି ।
ସେଲିନାଙ୍କ ଏଭଳି ପ୍ରୟାସ ଏବେ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି । ଏମୁ ପକ୍ଷୀ ଚାଷ ଭଳି ବିରଳ ଚାଷ କରିବାକୁ ଅନ୍ୟମାନଙ୍କ ପାଇଁ ଆହ୍ବାନ ପାଲଟିଛି ।