କନକ ବ୍ୟୁରୋ : ଭକ୍ତି ନାଁରେ ଭାଣ୍ଡାମି। ସାମ୍ନାକୁ ଆସିଲା ଆତ୍ମଘୋଷିତ ବାବା କାଶୀନାଥଙ୍କ କାରନାମା। ନିଜ ପୁଅକୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଇ ପାଦ ତଳେ ତୁଳସୀ ଓ ଗୀତା ରଖିଥିବା ଅଭିଯୋଗ। ଥାନାରେ ଏତଲା ଦେଲା ଓଡ଼ିଶା ସମାଜସେବୀ ମହାସଂଘ । ସୂଚନା ଅନୁସାରେ, ଖଣ୍ଡଗିରିର ବୈକୁଣ୍ଠ ଧାମ ନାମକ ଏକ ଆଶ୍ରମରେ କାଶୀନାଥ ମିଶ୍ର ନାମକ ଜଣେ ବ୍ୟକ୍ତି ଭକ୍ତି ନାମରେ ଧନ୍ଦା କରୁଥିବା ଅଭିଯୋଗ ହୋଇଛି । ସେ ନିଜ ନାବାଳକ ପୁଅକୁ ନେଇ ଧର୍ମ ନାମରେ ଧନ୍ଦା ଚଳାଇଛନ୍ତି ବୋଲି ଅଭିଯୋଗ କରିଛି ଓଡ଼ିଶା ସମାଜସେବୀ ମହାସଂଘ। କାଶୀନାଥ ନିଜ ପୁଅଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଇ ପାଦରେ ତୁଳସୀ ଓ ଗୀତା ରଖିଥିବା ଫୋଟ ଏବେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ବିବାଦ ଜୋର୍ ଧରିଛି । ଯାହାକି ହିନ୍ଦୁ ଧର୍ମର ଘୋର ଅପମାନ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଏହାସହ ନାବାଳକ ପୁଅକୁ ଧର୍ମ ନାମରେ ବେପାର କରାଇ ତାର ପାଠ ପଢ଼ିବା ଅଧିକାରକୁ ତାଙ୍କ ବାପା କ୍ଷୁର୍ଣ୍ଣ କରୁଛନ୍ତି ବୋଲି କହିଛି ମହାସଂଘ । ଏହାକୁ ମହାସଂଘ ଘୋର ବିରୋଧ କରୁଛି । 

Advertisment

 ଅନ୍ୟପଟେ ଅଭିଯୋଗକୁ  ଖାରଜ କରିଛନ୍ତି ଆଶ୍ରମର ଅନ୍ତେବାସୀ। କହିଛନ୍ତି ଯେ ସେ ହେଉଛନ୍ତି ନିଜେ ପ୍ରଭୁ ଜଗନ୍ନାଥ। ଜଗନ୍ନାଥ ନିଜେ ଶୂନ୍ୟବାଣୀ କରି ତାଙ୍କ ଅବତାର ବୋଲି ପରିଚୟ ଦେଇଛନ୍ତି । ମାଳିକା ଅନୁଯାୟୀ, କଳିଯୁଗରେ ଜଗନ୍ନାଥ ନିଜେ ଯାଜପୁରରେ କଳ୍କୀ ଅବତାର ନେବା ନେଇ ଲେଖା ଅଛି । ଏବେ ସେହି କୁନି ପିଲା ହେଉଛି ଆମ ପ୍ରଭୁ। ରୋଗ ବୈରାଗରୁ ସେ ଆମକୁ ମୁକ୍ତ କରନ୍ତି । ଆଗରୁ ତାଙ୍କ ପଦରେ ତୁଳସୀ ଦିଆଯାଉଥିଲା ଏବେ କିନ୍ତୁ ତାଙ୍କ ମୁଣ୍ଡରେ ତୁଳସୀ ଦିଆଯାଇଛି। ଏବେ ସେ ଅଗ୍ୟତରେ ଅଛନ୍ତି । ସେ ନିଜେ ଜଗନ୍ନାଥ ବୋଲି ସ୍ଵୟଂ ଗଜପତି ଜାଣିଛନ୍ତି ବୋଲି ଅନ୍ତେବାସୀ କହିଛନ୍ତି। ଏବେ ତାଙ୍କର ସମୟ ହୋଇନି, ସମୟ ହେଲେ ସେ ନିଜେ ଘୋଡାରେ ଚଢ଼ି ସମସ୍ତଙ୍କ ଆଗକୁ ଆସିବେ।