କନକ ବ୍ୟୁରୋ : ୧୪ ବର୍ଷ ତଳେ ୧୦ ଜଣ ମହିଳା ମିଶି ଗଠନ କରିଥିଲେ ମଦନମହନ ସ୍ୱୟଂ ସହାୟିକା ଗୋଷ୍ଠୀ । ୨୦୧୩ରେ ପ୍ରଥମ ପର୍ୟ୍ୟୟରେ ଝଐଏରୁ ଋଣ ଟଙ୍କା ନେଇ ଡଲା ପାଛିଆ ତିଆରି କରି କିଛି ରୋଜଗାର କରୁଥିଲେ । ହେଲେ ଏଥିରୁ ଭଲ ଲାଭ ନହେବାରୁ ପରବର୍ତୀ ସମୟରେ ଅଧିକ ରୋଜଗାର ପାଇଁ ଉଜଚଙ୍କ ଠାରୁ ପରାମର୍ଶ ନେଇ ମାଛ ଚାଷ କରିବା ପାଇଁ ନିଷ୍ପତି ନେଲେ। ଆଉ ଘରେଇ ପୋଖରୀକୁ ଲିଜ ସୂତ୍ରରେ ୩ ବର୍ଷ ପାଇଁ ନେଇ ଆରମ୍ଭ କରିଛନ୍ତି ମାଛ ଚାଷ। ଏହି ମାଛ ଚାଷ ପାଇଁ ସେମାନଙ୍କୁ ଝଐଏ ମାଧ୍ୟମରେ ବ୍ୟାଙ୍କରୁ ଋଣ ମିଳିଛି । ପ୍ରଥମେ ୨୦୨୦ ଲକଡାଉନ ସମୟରେ ମଦନ ମୋହନ ଗୋଷ୍ଠୀର ମହିଳାମାନେ ଗୋଟିଏ ଛୋଟ ପୋଖରୀରେ ଆରମ୍ଭ କରିଥିଲେ ମଧୁର ମାଛ ଚାଷ । ଝଐଏ ଜରିଆରେ ବ୍ୟାଙ୍କରୁ ୩ ଲକ୍ଷ ହଜାର ଟଙ୍କା ଋଣ ପାଇବା ପରେ ସେଥିରୁ ୪୦ ହଜାର ଟଙ୍କା ବିନିଯୋଗ କରିଥିଲେ । ଗୋଟିଏ ବର୍ଷ ଭିତରେ ୩ କୁଇଣ୍ଟାଲ ମାଛ ବିକ୍ରି କରି ସେଥିରୁ ୮୫ ହଜାର ଟଙ୍କା ରୋଜଗାର କରିବା ପରେ ପୁଣି ଆଉ ଦୁଇଟି ପୋଖରୀରେ ୪୦ ହଜାରୁ ଅଧିକ ଟଙ୍କା ଖର୍ଚ୍ଚ କରି ମାଛ ଯାଆଁଳ ଛାଡ଼ିଥିଲେ । ଯାହା ତାଙ୍କୁ ଭଲ ଲାଭ ଦେଉଛି । 

Advertisment

ଆଗାମୀ ଦିନରେ ମାଛ ଚାଷ କରି ଅଧିକରୁ ଅଧିକ ଲାଭ ପାଇଵେ ବୋଲି ଆଶା ରଖିଛନ୍ତି । ମହିଳାମାନେ ଘର କାମ ସାରି ବଳକା ସମୟରେ ମାଛକୁ ଖାଦ୍ୟ ଦିଅନ୍ତି, ପୋଖରୀ ହୁଡ଼ା ସଫା କରିବା ଭଳି କାମ କରନ୍ତି । ଏହା ସହ ପ୍ରତ୍ୟକ ମାସରେ ପୋଖରୀରେ ଦଳ ସଫା କରିଥାନ୍ତି । ଏବେ ସେମାନେ ଏହି ମାଛ ଚାଷ କରି ସେଥିରେ ସଫଳତା ହାସଲ କରିଵା ସହ ବେଶ ଲାଭବାନ ହୋଇଛନ୍ତି । ଆଉ ସେଥିରୁ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି । ଏହି ଚାଷ କରି ଦୁଇ ପଇସା ସଂଚୟ କରିବାରେ ସକ୍ଷମ ହୋଇପାରିଛନ୍ତି ମହିଳା । ଚାଷ କାମରେ ଯେ କେବଳ ପୁରୁଷ ଲୋକମାନେ ସଫଳ ହୁଅନ୍ତି ତା ନୁହେଁ ମାଛ ଚାଷ ଭଳି କଷ୍ଟକର କାମ କରି ମହିଳା ମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।