କନକବ୍ୟୁରୋ: ଭକ୍ତି ନାଁରେ ଭାଣ୍ଡାମି । ସାମ୍ନାକୁ ଆସିଲା ଆତ୍ମଘୋଷିତ ବାବା କାଶୀନାଥଙ୍କ କାରନାମା । ନିଜ ପୁଅକୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଇ ପାଦ ତଳେ ତୁଳସୀ ଓ ଗୀତା ରଖିଥିବା ଅଭିଯୋଗ । ଥାନାରେ ଏତଲା ଦେଲା ଓଡ଼ିଶା ସମାଜସେବୀ ମହାସଂଘ । ସୂଚନା ଅନୁସାରେ, ଖଣ୍ଡଗିରିର ବୈକୁଣ୍ଠ ଧାମ ନାମକ ଏକ ଆଶ୍ରମରେ କାଶୀନାଥ ମିଶ୍ର ନାମକ ଜଣେ ବ୍ୟକ୍ତି ଭକ୍ତି ନାମରେ ଧନ୍ଦା କରୁଥିବା ଅଭିଯୋଗ ହୋଇଛି ।
ସେ ନିଜ ନାବାଳକ ପୁଅକୁ ନେଇ ଧର୍ମ ନାମରେ ଧନ୍ଦା ଚଳାଇଛନ୍ତି ବୋଲି ଅଭିଯୋଗ କରିଛି ଓଡ଼ିଶା ସମାଜସେବୀ ମହାସଂଘ । କାଶୀନାଥ ନିଜ ପୁଅଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଇ ପାଦରେ ତୁଳସୀ ଓ ଗୀତା ରଖିଥିବା ଫୋଟ ଏବେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ବିବାଦ ଜୋର୍ ଧରିଛି । ଯାହାକି ହିନ୍ଦୁ ଧର୍ମର ଘୋର ଅପମାନ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଏହାସହ ନାବାଳକ ପୁଅକୁ ଧର୍ମ ନାମରେ ବେପାର କରାଇ ତାର ପାଠ ପଢ଼ିବା ଅଧିକାରକୁ ତାଙ୍କ ବାପା କ୍ଷୁର୍ଣ୍ଣ କରୁଛନ୍ତି ବୋଲି କହିଛି ମହାସଂଘ। ଏହାକୁ ମହାସଂଘ ଘୋର ବିରୋଧ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/16/TZdUncR7GAGTrc5vqa8A.jpg)