ଶୈଳବାଳା ସ୍ୱୟଂଶାସିତ ମହିଳା କଲେଜକୁ ଅବହେଳା ପ୍ରସଙ୍ଗ, ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ କ୍ୟାମ୍ପସରେ ଛାତ୍ରୀଙ୍କ ଧାରଣା

Advertisment

ଓଡ଼ିଶାର ପ୍ରଥମ ମହିଳା କଲେଜ ଭାବେ ୧୯୧୩ ମସିହାରେ କଟକରେ ଶୈଳବାଳା ସ୍ବୟଂଶାସିତ ମହିଳା କଲେଜ ପ୍ରତିଷ୍ଠା ହୋଇଥିଲା । ଯେଉଁ କଲେଜରୁ ଲକ୍ଷ ଲକ୍ଷ ଛାତ୍ରୀ ପାଠପଢ଼ି ବହୁ ବଡ଼ବଡ଼ ପଦରେ ରହିଛନ୍ତି, ସେ ଶିକ୍ଷାନୁଷ୍ଠାନକୁ ସରକାର ଅବହେଳା କରିଛନ୍ତି। ସମସ୍ତ ଯୋଗ୍ୟତା ଥିଲେ ବି ଏହାକୁ ଅଣଦେଖା କରାଯାଉଛି। ଯାହାକୁ ନେଇ ମହାବିଦ୍ୟାଳୟର ଛାତ୍ରୀମାନେ ଧାରଣା ଦେଇଛନ୍ତି।

ଓଡ଼ିଶାର ପ୍ରଥମ ମହିଳା କଲେଜ ଭାବେ ୧୯୧୩ ମସିହାରେ କଟକରେ ଶୈଳବାଳା ସ୍ବୟଂଶାସିତ ମହିଳା କଲେଜ ପ୍ରତିଷ୍ଠା ହୋଇଥିଲା । ଯେଉଁ କଲେଜରୁ ଲକ୍ଷ ଲକ୍ଷ ଛାତ୍ରୀ ପାଠପଢ଼ି ବହୁ ବଡ଼ବଡ଼ ପଦରେ ରହିଛନ୍ତି, ସେ ଶିକ୍ଷାନୁଷ୍ଠାନକୁ ସରକାର ଅବହେଳା କରିଛନ୍ତି। ସମସ୍ତ ଯୋଗ୍ୟତା ଥିଲେ ବି ଏହାକୁ ଅଣଦେଖା କରାଯାଉଛି। ଯାହାକୁ ନେଇ ମହାବିଦ୍ୟାଳୟର ଛାତ୍ରୀମାନେ ଧାରଣା ଦେଇଛନ୍ତି।

sailabala

କନକ ବ୍ୟୁରୋ : ଓଡ଼ିଶାର ପ୍ରଥମ ମହିଳା କଲେଜ ଶୈଳବାଳା ସ୍ବୟଂଶାସିତ ମହିଳା କଲେଜର ସାରା ଭାରତରେ ସ୍ବତନ୍ତ୍ର ପରିଚୟ ରହିଛି । ରାଜ୍ୟରେ ମହିଳା ଉଚ୍ଚଶିକ୍ଷାର ବିକାଶ ଦିଗରେ ବିଶେଷ ଭୂମିକା ତୁଲାଇ ଆସୁଥିବା ଏହି ଶତାୟୁ ଶିକ୍ଷାନୁଷ୍ଠାନକୁ ଏଯାଏ ମିଳିପାରି ନାହିଁ ନ୍ୟାୟ। ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ଥିଲେ ବି ଏହାକୁ ଅଣଦେଖା କରାଯାଉଛି। ଯାହାକୁ ନେଇ ବିଶ୍ଵବିଦ୍ୟାଳୟର ଛାତ୍ରୀମାନେ ଧାରଣା ଦେଇଛନ୍ତି । 

ଅଧିକ ପଢ଼ନ୍ତୁ :  ସୀମା ଲଂଘିଲାଣି ପ୍ରତାରଣା, ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟ ଶୈଳବାଳା ପ୍ରତି ଅବିଚାର

ଓଡ଼ିଶାର ପ୍ରଥମ ମହିଳା କଲେଜ ଭାବେ ୧୯୧୩ ମସିହାରେ କଟକରେ ଶୈଳବାଳା ସ୍ବୟଂଶାସିତ ମହିଳା କଲେଜ ପ୍ରତିଷ୍ଠା ହୋଇଥିଲା । ଯେଉଁ କଲେଜରୁ ଲକ୍ଷ ଲକ୍ଷ ଛାତ୍ରୀ ପାଠପଢ଼ି ବହୁ ବଡ଼ବଡ଼ ପଦରେ ରହିଛନ୍ତି, ସେ ଶିକ୍ଷାନୁଷ୍ଠାନକୁ ସରକାର ଅବହେଳା କରିଛନ୍ତି। ସମସ୍ତ ଯୋଗ୍ୟତା ଥିଲେ ବି ଏହାକୁ ଅଣଦେଖା କରାଯାଉଛି। ଯାହାକୁ ନେଇ ମହାବିଦ୍ୟାଳୟର ଛାତ୍ରୀମାନେ ଧାରଣା ଦେଇଛନ୍ତି। କଲେଜ୍‌କୁ କାହିଁକି ବିଶ୍ଵବିଦ୍ୟାଳୟ ମାନ୍ୟତା ଦିଆଯାଉ ନାହିଁ ତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ବିଶ୍ବବିଦ୍ୟାଳୟ ମାନ୍ୟତା ନ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀମାନେ କହିଛନ୍ତି।

ଅଧିକ ପଢ଼ନ୍ତୁ :  ଅବହେଳିତ ଶୈଳବାଳା ମହିଳା ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଜୋର ଧରିଲା ଦାବି

 ଶୈଳବାଳା ମହିଳା କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇଁ କଲେଜର ଛାତ୍ରୀମାନେ ଦସ୍ତଖତ ଅଭିଯାନ ଚଳାଇଥିଲେ। ଏବେ ଏହା ଧାରଣାର ରୂପ ନେଇଛି। ଛାତ୍ରୀମାନଙ୍କୁ କିଛି ପୁରାତନ ଛାତ୍ରୀ ସମର୍ଥନ କରି ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଛନ୍ତି। ତେବେ କେଉଁଦିନ ଶୈଳବାଳା ସ୍ବୟଂଶାସିତ ମହିଳା କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିବ ତାହା ଦେଖିବାକୁ ବାକି ରହିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe