କନକ ବ୍ୟୁରୋ : ଖେଳାଳିଙ୍କୁ ଚୟନ କରିବା ପାଇଁ ମୁ୍ଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ମାନଦଣ୍ଡ କ’ଣ? କେତେବେଳ କହୁଛନ୍ତି, ଫିଟନେସ୍ ନାହିଁ, ଆଉ କାହାକୁ କହୁଛନ୍ତି, ଅଲଗା ଖେଳାଳିଙ୍କ ପ୍ରଦର୍ଶନ ପାଇଁ ସେ ଖେଳାଳିଙ୍କ ନାମ ଆସିନାହିଁ । ଦେଖିବା ଚୟନକର୍ତ୍ତାଙ୍କ ପାଇଁ କେଉଁ ଖେଳାଳିମାନେ କରୁଛନ୍ତି ସଂଘର୍ଷ ।
ଚର୍ଚ୍ଚାରେ କ୍ରକେଟ୍ ପୁରୁଷ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର । ମହମ୍ମଦ ଶାମି, ସର୍ଫରାଜଙ୍କ ପ୍ରତି ମନ୍ତବ୍ୟ ହେଉ କି ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇବା । ଏସବୁ ନିଷ୍ପତ୍ତି ଅଗରକରଙ୍କର । ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଦମଦାର ପ୍ରଦର୍ଶନ କରି ଦେଖାଇଦେଲେ ଯେ ତାଙ୍କର ଆହୁରି କ୍ରିକେଟ ବାକି ଅଛି । ୨୦୨୭ ବିଶ୍ବକପ୍ ଖେଳିବା ପାଇଁ ସେ ପ୍ରସ୍ତୁତ । ମହମ୍ମଦ ଶାମି ମଧ୍ୟ ଚୟନକର୍ତ୍ତାଙ୍କ ଅବହେଳାର ସମ୍ମୁଖୀନ ହେଉଛନ୍ତି। ଘରୋଇ କ୍ରିକେଟରେ ତାଙ୍କର ସ୍ଥିର ପ୍ରଦର୍ଶନ ଏବଂ ଭଲ ଫିଟନେସ ସତ୍ତ୍ୱେ ତାଙ୍କୁ ବାରମ୍ବାର ଅଣଦେଖା କରାଯାଇଛି । ସେ ପ୍ରାୟ ୮ ମାସ ଧରି ଭାରତୀୟ ଦଳରେ ସ୍ଥାନ ପାଇବାକୁ ଚେଷ୍ଟା କରୁଛନ୍ତି । ଶାମିଙ୍କୁ ଟି-୨୦ ,ଦିନିକିଆରେ ଦଳରେ ନନେବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି , ଶାମି ଶାମୀ ବି ଅଗରକରଙ୍କୁ ତେରଛା ବାଣ ମାରୁଛନ୍ତି ।ଶାମିଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ଆଗରକର ସ୍ପଷ୍ଟ ଭାବରେ କହିଥିଲେ, ଶାମିଙ୍କୁ ଚୟନ କରାଯାଇପାରିଲା ନାହିଁ । କାରଣ ହେଉଛି ଫିଟନେସ୍।
ଗତବର୍ଷ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ସର୍ଫରାଜ ଖାନ ଛଅଟି ଟେଷ୍ଟରେ ୩୭୧ ରନ କରିଥିଲେ।ଗୋଟିଏ ଶତକ ଏବଂ ତିନିଟି ଅର୍ଦ୍ଧଶତକ ଥିଲା। ତଥାପି ସେ ନଭେମ୍ବର ମାସରୁ ଦଳରୁ ବାହାରେ ଅଛନ୍ତି। ଏବେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ୯୨ ଏବଂ ଜମ୍ମୁ କାଶ୍ମୀର ବିପକ୍ଷରେ ୪୨ ଏବଂ ୩୨ ରନ କରିଥିଲେ। ତାଙ୍କୁ ଭାରତ ଏ ଦଳରେ ସାମିଲ କରାଯିବାର ଆଶା ଥିଲା, କିନ୍ତୁ ଚୟନକର୍ତ୍ତାମାନେ ତାଙ୍କୁ ଅଣଦେଖା କରିଥିଲେ। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି, କରୁଣ ନାୟାରଙ୍କ ସ୍ଥିର ପ୍ରଦର୍ଶନ ଯୋଗୁ ସର୍ଫରାଜଙ୍କ କଥା ଚିନ୍ତା କରାଯାଇନାହିଁ ।
ଅଭିଜ୍ଞ ବ୍ୟାଟ୍ସର ଅଜିଙ୍କ୍ୟ ରାହାଣେ ଶେଷ ଥର ପାଇଁ ଦୁଇ ବର୍ଷ ପୂର୍ବରୁ ଭାରତ ପାଇଁ ଖେଳିଥିଲେ। ସେବେଠାରୁ ରାହାଣେ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଛନ୍ତି, କିନ୍ତୁ ଏବେ ମନେ ହେଉଛି ସେ ଆଉ ଚୟନକର୍ତ୍ତାଙ୍କ ରାଡାରେ ନାହାନ୍ତି ରାହାଣେ । ରାହାଣେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଣଦେଖା କରାଯାଇଥିବାରୁ ନିରାଶା ପ୍ରକାଶ କରିଥିଲେ। କହିଥିଲେ, ଚୟନ ବୟସ ଅପେକ୍ଷା ଖେଳାଳିଙ୍କ ଉଦ୍ଦେଶ୍ୟ, ଆଗ୍ରହ ଏବଂ କଠିନ ପରିଶ୍ରମ ଉପରେ ଆଧାରିତ ହେବା ଉଚିତ । କାହିଁକି ଚର୍ଚ୍ଚାରେ - ଦୁଇବର୍ଷ ହେଲା ଟେଷ୍ଟ ସ୍କ୍ୱାଡରେ ସ୍ଥାନ ପାଇ ନାହାନ୍ତି, ଚୟନ ଉପରେ ମନ୍ତବ୍ୟ ଦେଇଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/30/agarakar-2025-10-30-21-25-45.jpg)