ଦିନେ ସମ୍ବଲପୁର ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ଖେଳୁଥିଲେ ସେହୱାଗ, ଗମ୍ଭୀର : ଭାଙ୍ଗିଗଲାଣି ଦର୍ଶକ ଗ୍ୟାଲେରି, ପାଭେଲିୟନ୍‌

Advertisment

ଯେଉଁ ଷ୍ଟାଡିୟମରେ ସେହୱାଗ, ଗାମ୍ଭୀରଙ୍କ ଭଳି ଖେଳାଳି ଛକା ଚୌକା ମାରିଥିଲେ, ସେହି ଷ୍ଟାଡିୟମ ଏବେ ଅବହେଳିତ। ଆମେ କହୁଛୁ, ସମ୍ବଲପୁରର ଭିଏଏସଏସ ଷ୍ଟାଡିୟମ କଥା

ଯେଉଁ ଷ୍ଟାଡିୟମରେ ସେହୱାଗ, ଗାମ୍ଭୀରଙ୍କ ଭଳି ଖେଳାଳି ଛକା ଚୌକା ମାରିଥିଲେ, ସେହି ଷ୍ଟାଡିୟମ ଏବେ ଅବହେଳିତ। ଆମେ କହୁଛୁ, ସମ୍ବଲପୁରର ଭିଏଏସଏସ ଷ୍ଟାଡିୟମ କଥା

42

Photograph: (KANAKNEWS)

କନକବ୍ୟୁରୋ : ଯେଉଁ ଷ୍ଟାଡିୟମରେ ସେହୱାଗ, ଗାମ୍ଭୀରଙ୍କ ଭଳି ଖେଳାଳି ଛକା ଚୌକା ମାରିଥିଲେ, ସେହି ଷ୍ଟାଡିୟମ ଏବେ ଅବହେଳିତ। ଆମେ କହୁଛୁ, ସମ୍ବଲପୁରର ଭିଏଏସଏସ ଷ୍ଟାଡିୟମ କଥା । ୧୨ ବର୍ଷ ହେଲାଣି ଷ୍ଟାଡିୟମରେ କୌଣସି ରଣଜୀ ମ୍ୟାଚ ହୋଇନାହିଁ । ପାଭିଲିୟନ ଓ ଦର୍ଶକ ଗ୍ୟାଲେରି ଅବସ୍ଥା ନ କହିବା ଭଲ । 

ଅଧିକ ପଢନ୍ତୁ ..ନାଟକୀୟ ମୋଡ଼ ନେଲା ନୂଆପଡ଼ା ରାଜନୀତି : ନବୀନଙ୍କ ବେଇମାନ ଆକ୍ଷେପକୁ ନେଇ ଚିହିଁକି ଉଠିଲେ ଜୟଙ୍କ ପରିବାର

ଦିନେ ଖଚାଖଚ ଥିଲା ଷ୍ଟାଡିୟମ, ବସିବାକୁ ଜାଗା ମିଳୁନ ଥିଲା । ବୀରେନ୍ଦ୍ର ସେହୱାଗ, ଗୌତମ ଗମ୍ଭୀର, ଆଶିଷ ନେହେରାଙ୍କୁ ଦେଖିବା ପାଇଁ ସେଦିନ ଯେମିତି ପୁରା ସମ୍ବଲପୁର ଅଟକି ଯାଇଥିଲା। ଭିଏସଏସ ଷ୍ଟାଡିୟମରେ ଓଡ଼ିଶା ବନାମ ଦିଲ୍ଲୀ ରଣଜୀ ମ୍ୟାଚ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । 

ଅଧିକ ପଢନ୍ତୁ  ... 

ଆଜି ଖାଁ ଖାଁ ଭିଏସଏସ ପଡ଼ିଆ...୧୨ ବର୍ଷ ହେଲା ଏହି ଷ୍ଟାଡିୟମ ଦେଖିନି ଅନ୍ତର୍ଜାତୀୟ ଖେଳାଳି କି ଦେଖିନି ରଣଜୀ ମ୍ୟାଚ । ଏହାର ପାଭିଲିୟନ ଗୁଡ଼ିକର ଅବସ୍ଥା ଖରାପ, ଭାଙ୍ଗିରୁଜି ଗଲାଣି ଦର୍ଶକ ଗ୍ୟାଲେରି । ଗତ ଜୁନ ମାସର ଏହି ଚିଠି ଦେଖନ୍ତୁ ମରାମତି ପାଇଁ ୨୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ହେଲେ ସେ ଟଙ୍କା କେଉଁଠି ଅଟକିଲା କାହାକୁ ଜଣାନାହିଁ। ସେପଟେ ନିର୍ବାଚନ ପୂର୍ବରୁ ଭିଏସଏସ ଷ୍ଟାଡିୟମର ଉନ୍ନତିକରଣ ପାଇଁ ପ୍ରାୟ ୩୫୦ କୋଟି ଘୋଷଣା କରିଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ଏହା ଏବେ ବି ଘୋଷଣାରେ ରହିଯାଇଛି । ଭିଏସଏସ ଷ୍ଟାଡିୟମରେ ୧୫ଟି ଫାଷ୍ଟକ୍ଲାସ ମ୍ୟାଚ ସହ ୪ଟି ରଣଜୀ ମ୍ୟାଚ ଖେଳାଯାଇଛି ।  ବର୍ତ୍ତମାନର ବିସିସିଆଇ ସଭାପତି ମିଥୁନ ମନହାସଙ୍କ ସହ  ଭେଙ୍କଟେଶ ପ୍ରସାଦ, ବୀରେନ୍ଦ୍ର ସେହୱାଗ, ଗୌତମ ଗାମ୍ଭୀର, ଭୁବନେଶ୍ବର କୁମାରଙ୍କ ଭଳି କ୍ରିକେଟର୍ ଏହି ଷ୍ଟାଡିୟମରେ ଖେଳିଛନ୍ତି । କିନ୍ତୁ ଆଜି ଏହି ଷ୍ଟାଡିୟମ ଅବହେଳିତ ।  ରାଜନୀତି କରଣ ଓ ସ୍ବାର୍ଥସାଧନ ପାଇଁ କିଛି ଲୋକ ଭିଏସଏସ ଷ୍ଟାଡିୟମକୁ ବର୍ବାଦ କରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଭିତ୍ତିଭୂମିର ଅଭାବ ଫଳରେ ଷ୍ଟାଡିୟମରେ ରଣଜୀ ମ୍ୟାଚ ହୋଇପାରୁନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe