କନକବ୍ୟୁରୋ : ଯେଉଁ ଷ୍ଟାଡିୟମରେ ସେହୱାଗ, ଗାମ୍ଭୀରଙ୍କ ଭଳି ଖେଳାଳି ଛକା ଚୌକା ମାରିଥିଲେ, ସେହି ଷ୍ଟାଡିୟମ ଏବେ ଅବହେଳିତ। ଆମେ କହୁଛୁ, ସମ୍ବଲପୁରର ଭିଏଏସଏସ ଷ୍ଟାଡିୟମ କଥା । ୧୨ ବର୍ଷ ହେଲାଣି ଷ୍ଟାଡିୟମରେ କୌଣସି ରଣଜୀ ମ୍ୟାଚ ହୋଇନାହିଁ । ପାଭିଲିୟନ ଓ ଦର୍ଶକ ଗ୍ୟାଲେରି ଅବସ୍ଥା ନ କହିବା ଭଲ । 

Advertisment

ଅଧିକ ପଢନ୍ତୁ ..ନାଟକୀୟ ମୋଡ଼ ନେଲା ନୂଆପଡ଼ା ରାଜନୀତି : ନବୀନଙ୍କ ବେଇମାନ ଆକ୍ଷେପକୁ ନେଇ ଚିହିଁକି ଉଠିଲେ ଜୟଙ୍କ ପରିବାର

ଦିନେ ଖଚାଖଚ ଥିଲା ଷ୍ଟାଡିୟମ, ବସିବାକୁ ଜାଗା ମିଳୁନ ଥିଲା । ବୀରେନ୍ଦ୍ର ସେହୱାଗ, ଗୌତମ ଗମ୍ଭୀର, ଆଶିଷ ନେହେରାଙ୍କୁ ଦେଖିବା ପାଇଁ ସେଦିନ ଯେମିତି ପୁରା ସମ୍ବଲପୁର ଅଟକି ଯାଇଥିଲା। ଭିଏସଏସ ଷ୍ଟାଡିୟମରେ ଓଡ଼ିଶା ବନାମ ଦିଲ୍ଲୀ ରଣଜୀ ମ୍ୟାଚ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । 

ଅଧିକ ପଢନ୍ତୁ  ... 

ଆଜି ଖାଁ ଖାଁ ଭିଏସଏସ ପଡ଼ିଆ...୧୨ ବର୍ଷ ହେଲା ଏହି ଷ୍ଟାଡିୟମ ଦେଖିନି ଅନ୍ତର୍ଜାତୀୟ ଖେଳାଳି କି ଦେଖିନି ରଣଜୀ ମ୍ୟାଚ । ଏହାର ପାଭିଲିୟନ ଗୁଡ଼ିକର ଅବସ୍ଥା ଖରାପ, ଭାଙ୍ଗିରୁଜି ଗଲାଣି ଦର୍ଶକ ଗ୍ୟାଲେରି । ଗତ ଜୁନ ମାସର ଏହି ଚିଠି ଦେଖନ୍ତୁ ମରାମତି ପାଇଁ ୨୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ହେଲେ ସେ ଟଙ୍କା କେଉଁଠି ଅଟକିଲା କାହାକୁ ଜଣାନାହିଁ। ସେପଟେ ନିର୍ବାଚନ ପୂର୍ବରୁ ଭିଏସଏସ ଷ୍ଟାଡିୟମର ଉନ୍ନତିକରଣ ପାଇଁ ପ୍ରାୟ ୩୫୦ କୋଟି ଘୋଷଣା କରିଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ଏହା ଏବେ ବି ଘୋଷଣାରେ ରହିଯାଇଛି । ଭିଏସଏସ ଷ୍ଟାଡିୟମରେ ୧୫ଟି ଫାଷ୍ଟକ୍ଲାସ ମ୍ୟାଚ ସହ ୪ଟି ରଣଜୀ ମ୍ୟାଚ ଖେଳାଯାଇଛି ।  ବର୍ତ୍ତମାନର ବିସିସିଆଇ ସଭାପତି ମିଥୁନ ମନହାସଙ୍କ ସହ  ଭେଙ୍କଟେଶ ପ୍ରସାଦ, ବୀରେନ୍ଦ୍ର ସେହୱାଗ, ଗୌତମ ଗାମ୍ଭୀର, ଭୁବନେଶ୍ବର କୁମାରଙ୍କ ଭଳି କ୍ରିକେଟର୍ ଏହି ଷ୍ଟାଡିୟମରେ ଖେଳିଛନ୍ତି । କିନ୍ତୁ ଆଜି ଏହି ଷ୍ଟାଡିୟମ ଅବହେଳିତ ।  ରାଜନୀତି କରଣ ଓ ସ୍ବାର୍ଥସାଧନ ପାଇଁ କିଛି ଲୋକ ଭିଏସଏସ ଷ୍ଟାଡିୟମକୁ ବର୍ବାଦ କରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଭିତ୍ତିଭୂମିର ଅଭାବ ଫଳରେ ଷ୍ଟାଡିୟମରେ ରଣଜୀ ମ୍ୟାଚ ହୋଇପାରୁନାହିଁ ।