କନକ ବ୍ୟୁରୋ : ପାକିସ୍ତାନର ସେହବାଜ ସରକାର ତେହରିକ-ଏ-ଇନସାଫ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ପୁଅଙ୍କୁ ଦେଶରେ ପ୍ରବେଶ ନିଷେଧ କରିବାକୁ ସଙ୍କେତ ଦେଇଛନ୍ତି । ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ବାରିଷ୍ଟର ଆକୀଲ ମଲିକ କହିଛନ୍ତି, ଇମ୍ରାନଙ୍କ ପୁଅ ସୁଲେମାନ ଓ କାସିମ, ପିଟିଆଇ ଆନ୍ଦୋଳନରେ ଯୋଗ ଦେବାକୁ ପାକିସ୍ତାନ ଆସିବାକୁ ଯୋଜନା କରୁଛନ୍ତି, ଯାହା ଅଶାନ୍ତି ସୃଷ୍ଟି କରିପାରେ । ମଲିକ କହିଛନ୍ତି, ଗୃହ ମନ୍ତ୍ରଣାଳୟ ଦୁଇ ଭାଇଙ୍କ ଭିସା ଆବେଦନ ଓ ଆଗମନର ଉଦ୍ଦେଶ୍ୟ ଯାଞ୍ଚ କରିବ । ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ରାଣା ସାନାଉଲ୍ଲାହ ଏକ ଟିଭି ସାକ୍ଷାତକାରରେ କହିଛନ୍ତି, ଯଦି ସେମାନେ ପିଟିଆଇ ବିକ୍ଷୋଭରେ ଅଂଶଗ୍ରହଣ କରନ୍ତି, ତେବେ ସେମାନଙ୍କୁ ଗିରଫ କରାଯାଇପାରେ। ଅର୍ଥାତ ଖୋଲାଖୋଲି ଧମକ ଦେଉଛନ୍ତି ପାକ୍ ନେତା, ଯଦି ପାକିସ୍ତାନ ଆସିବ ତେବେ ଘର ବସ । ସାନାଉଲ୍ଲାହା ଆହୁରି କହିଛନ୍ତି, ପିଟିଆଇର ପୂର୍ବ ବିକ୍ଷୋଭଗୁଡ଼ିକ ହିଂସାତ୍ମକ ହୋଇଥିବାରୁ ସେମାନଙ୍କୁ ଆଉ ବିଶ୍ୱାସ କରାଯାଇପାରିବ ନାହିଁ । ଇମ୍ରାନ ଖାନ, ବର୍ତ୍ତମାନ ଆଦିଆଲା ଜେଲ୍ରେ ଅଛନ୍ତି, ଅଗଷ୍ଟ ୫ରେ ଏକ ଜାତୀୟ ବିକ୍ଷୋଭ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି ଇମ୍ରାନ। ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୈତିକ ଓ ନ୍ୟାୟିକ ବ୍ୟବସ୍ଥା ବନ୍ଦ ହୋଇଯାଇଛି ଏବଂ କେବଳ ଜନ ଆନ୍ଦୋଳନ ହିଁ ଦେଶକୁ ଏହି ସଙ୍କଟରୁ ମୁକ୍ତ କରିପାରିବ । ଏହି ଘୋଷଣା ପାକିସ୍ତାନରେ ରାଜନୈତିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି । ପାକିସ୍ତାନ ତେହରିକ-ଏ-ଇନସାଫର ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ଭଉଣୀ ଆଲିମା ଖାନ୍ କହିଛନ୍ତି ଯେ ତାଙ୍କ ଭାଇ ଜେଲରୁ ଆନ୍ଦୋଳନର ନେତୃତ୍ୱ ନେବେ ଏବଂ ସରକାର ପ୍ରତି ଦଳର ବିରୋଧ ଅଗଷ୍ଟ ୫ ତାରିଖରେ ଚରମ ସୀମାରେ ପହଞ୍ଚିବ । ଆଲିମା ଖାନ୍ ଆହୁରି କହିଛନ୍ତି, ପ୍ରତିବାଦର ମାର୍ଗ ପେଶାୱାରରୁ ଆରମ୍ଭ ହୋଇ ଲାହୋର ଅଭିମୁଖେ ଯିବ କି ନାହିଁ ତାହା ପିଟିଆଇ ଦ୍ୱାରା ସ୍ଥିର ଏବଂ ପ୍ରକାଶ ପାଇବ । ଆଗାମୀ ବିକ୍ଷୋଭରେ ଇମ୍ରାନ ଖାନଙ୍କ ପୂରା ପରିବାର ସାମିଲ ହେବେ ବୋଲି ଇମ୍ରାନଙ୍କ ଭଉଣୀ ଘୋଷଣା କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us