କ୍ୟାପିଟାଲ ହସ୍ପିଟାଲରେ କୁଢ କୁଢ ଅଳିଆ ; ଦୁର୍ଗନ୍ଧରେ ଫାଟି ପଡୁଛି ପୁରା ପରିବେଶ

କ୍ୟାପିଟାଲ ହସ୍ପିଟାଲରେ କୁଢ କୁଢ ଅଳିଆ ; ଦୁର୍ଗନ୍ଧରେ ଫାଟି ପଡୁଛି ପୁରା ପରିବେଶ । ବିଭିନ୍ନ ଦାବିରେ ୪୮ ଘଣ୍ଟାରୁ ଅଧିକ ସମୟ ଧରି ସଫେଇ କର୍ମଚାରୀଙ୍କ ପ୍ରତିବାଦ  । ଦାବି ପୂରଣ ନହେଲେ ସାରା ରାତି ଧାରଣାରେ ବସିବାକୁ ଚେତାବନୀ  ।

6888888

କନକ ବ୍ୟୁରୋ: ୪୮ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ସୁଧୁରିନି ସଫେଇ କାର୍ଯ୍ୟ। ଚାରିଆଡେ ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା। ଧାରଣାରେ ଏବେବି ବସିଛନ୍ତି ହସ୍ପିଟାଲର ସଫେଇ କର୍ମଚାରୀ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧା ରଣା ଜାରି ରହିବ ବୋଲି କହିଛନ୍ତି ସଫେଇ କର୍ମଚାରୀ।

ଦରମା ବୃଦ୍ଧି ସହ ବୋନସ୍ ପ୍ରଦାନ, ତା ସାଙ୍ଗକୁ ଅନ୍ୟ ଦାବି ନେଇ ଆନ୍ଦୋଳନରେ ବସିଛନ୍ତି କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ । ଦୀର୍ଘ ଦିନ ହେବ ଦରମା ବଢାଇବାକୁ ଦାବି କରିଆସୁଥିଲେ ବି ସେମାନଙ୍କୁ ନିଯୁକ୍ତ କରିଥିବା କଣ୍ଟ୍ରାକ୍ଟର ଶୁଣୁନାହାଁନ୍ତି ଥରେ ସେମାନଙ୍କ ସମସ୍ୟା ଶୁଣିବାକୁ ଆସୁନାହାଁନ୍ତି । ଏଥିରେ ଅସନ୍ତୁଷ୍ଟ ହୋଇ ସଫେଇ କର୍ମଚାରୀମାନେ କାର୍ଯ୍ୟଛାଡ ଆନ୍ଦୋଳନ କରୁଛନ୍ତି । ସେମାନଙ୍କ ଦାବି ପୂରଣ ନହେବାଯାଏଁ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ଜିଦିରେ ଅଛନ୍ତି ସଫେଇ କର୍ମଚାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe