ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ୍ କରିଛନ୍ତି । ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ି ଯିବାକୁ ସମୟ ଦିଆଯାଇଛି । ତେବେ ଏହାରି ଭିତରେ ପ୍ରଶ୍ନ ଉଠୁଛି ଯେ ଅବୈଧ ରୂପରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ବି କ’ଣ ପାକିସ୍ତାନ ଯିବେ ? ଏହି ପ୍ରଶ୍ନର ଉତ୍ତର ସୀମା ହାଇଦରଙ୍କ ଓକିଲ ଏପି ସିଂ ଦେଇଛନ୍ତି । ସେ କହିଛନ୍ତି , ‘ଏ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ମାମଲା । ସୀମାଙ୍କୁ ଉତ୍ତରପ୍ରଦେଶ କୋର୍ଟ ତରଫରୁ ଜାମିନ୍ ମିଳିଯାଇଛି । ସୀମା ହାଇଦରଙ୍କ ସବୁ କାଗଜପତ୍ର କେନ୍ଦ୍ରୀୟ ଯାଞ୍ଚ୍ ଏଜେନ୍ସି ପାଖରେ ରହିଛି । ବର୍ତ୍ତମାନ ସୀମା ଦେଶରେ ଶରଣାର୍ଥୀ ରୂପରେ ରହୁଛନ୍ତି ଏବଂ ପରୋକ୍ଷ ଭାବରେ ରାଷ୍ଟ୍ରପତିଙ୍କ ପାଖରେ ତାଙ୍କର କାଗଜପତ୍ର ରହିଛି । ଏଭଳି ସ୍ଥିତରେ ତାଙ୍କୁ ଦେଶ ଛାଡ଼ିବାର ଆବଶ୍ୟକତା ନାହିଁ । ଯଦି ପହଲଗାମ ଆତଙ୍କୀ ଆକ୍ରମଣ ପରେ ସରକାରଙ୍କ ଦ୍ବାରା ଲଗାଯାଇଥିବା ରାୟ କଥା କୁହାଯାଏ ତା’ହେଲେ ସୀମାଙ୍କ ଉପରେ ଏହା ଲାଗୁ ହୁଏ ନାହିଁ । ଏ ମାମଲା ସମ୍ପୂର୍ଣ୍ଣ ଅଲଗା ତେଣୁ ସୀମାଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ ।’

Advertisment
seema
seema Photograph: (google)

ସୂଚନାଯୋଗ୍ୟ ଯେ ସୀମା ହାଇଦର ମୂଳତଃ ପାକିସ୍ତାନର ବାସିନ୍ଦା । ସେ PUBG ଖେଳୁଥିବା ସମୟରେ ଗ୍ରେଟର ନୋଏଡାର ରବୁପୁରାରେ ରହୁଥିବା ସଚ୍ଚିନ ମୀନାଙ୍କ ସହିତ ଯୋଗାଯୋଗରେ ଆସିଥିଲେ । PUBG ଖେଳୁଥିବା ସମୟରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଗଲା ଏବଂ ପରେ ନିଜ ସ୍ୱାମୀ ଗୁଲାମ ହାଇଦରଙ୍କୁ ଛାଡ଼ି ସୀମା ହାଇଦର ନିଜର ଚାରି ପିଲାଙ୍କୁ ସାଙ୍ଗରେ ନେଇ ନେପାଳ ଦେଇ ବେଆଇନ ଭାବରେ ଭାରତ ଆସିଗଲେ । ଏଠାରେ ସେ ଓକିଲ ଏ.ପି. ସିଂଙ୍କ ସହାୟତାରେ ସଚିନ ମୀନାଙ୍କୁ ବିବାହ କରିଥିଲେ ଏବଂ ନିକଟରେ ତାଙ୍କର ସନ୍ତାନ ମଧ୍ୟ ଜନ୍ମ ହୋଇଛି । 

siima
siima Photograph: (google)

ଏ.ପି. ସିଂ କହିଛନ୍ତି ଯେ ସୀମା ହାଇଦର ଯେବେଠାରୁ ଭାରତ ଆସିଛନ୍ତି, ସେ ଭାରତର ଆଇନ୍ ପାଳନ କରୁଛନ୍ତି । ସେ କହିଛନ୍ତି ଯେ ସୀମା ହାଇଦରଙ୍କୁ ଉତ୍ତରପ୍ରଦେଶ ଏବଂ ଦେଶର ସରକାରଙ୍କ ଉପରେ ପୂରା ଭରସା ଅଛି । ଅନ୍ୟପଟେ ସୀମା ହାଇଦରଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ମଧ୍ୟ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ଗୁଲାମ କହିଛନ୍ତି ଯେ ଏହା ହିଁ ସଠିକ୍ ସମୟ ଯେ ସୀମା ହାଇଦରଙ୍କୁ ଭାରତରୁ ବାହାର କରି ଦିଆଯାଉ । ଯଦି ତାଙ୍କୁ ବାହାର କରାନଯାଏ ତେବେ ଭାରତରେ ହିଁ ଦଣ୍ଡ ଦିଆଯାଉ, କିନ୍ତୁ ତାଙ୍କର ଚାରି ପିଲାଙ୍କୁ ତାଙ୍କ ପାଖକୁ ପଠାଇ ଦିଆଯାଉ ।