କନକ ବ୍ୟୁରୋ: ଆଜି ହନୁମାନ ଜୟନ୍ତୀ ପାଇଁ ପ୍ରସ୍ତୁତ ରହିଛି ଓଡିଶା ପୋଲିସ । ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨ ଶହ ପ୍ଲାଟୁନ ଫୋର୍ସ। ସାରା ଓଡ଼ିଶାରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି ରହିଛି । ୬୫୦ ସିସିଟିଭି ଓ ୪୦ଟି ଡ୍ରୋନ ସାହାଯ୍ୟରେ ଆଇନଶୃଙ୍ଖଳାକୁ ମନିଟର କରାଯାଉଛି । ଅଧିକ ଫୋକସ୍ ରହିଛି ସମ୍ବଲପୁର ଓ ଭଦ୍ରକ ଉପରେ ।
ସମ୍ବଲପୁରରେ ବଡ଼ ବଡ଼ ଏଲ୍ଇଡି ଓ ଡ୍ରୋନ୍ ସାହାଯ୍ୟରେ ସ୍ଥିତି ଉପରେ ନଜର ରଖାଯାଇଛି । ସାଦା ପୋଷାକରେ ପଇଁତରା ମାରିଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି । ପ୍ରତି ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍ ରହିଛି । ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ଶାନ୍ତି କମିଟି ମିଟିଂ ସରିଛି। ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ଧାର୍ମିକ ସ୍ଥଳ ଗୁଡିକରେ ପୋଲିସ ଦ୍ୱାରା ପିକେଟିଂ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/14/bSqQ10kQmSkpzyJN4THm.jpg)