କନକ ବ୍ୟୁରୋ: ବୈକୁଣ୍ଠ ଧାମ ଆଶ୍ରମ ଉପରୁ ହଟିଲା ସୁରକ୍ଷା । ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ । ଫେବୃଆରୀ ୩ରେ ଜବାବ ଦାଖଲ କରିବେ ଆଶ୍ରମ କର୍ତ୍ତୁପକ୍ଷ । ଆଶ୍ରମ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ସରକାରୀ ଅନୁମତି ପତ୍ର ନକଲି ଥିବା ଦର୍ଶାଇ ରାଜ୍ୟସରକାରଙ୍କ ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏହା ଉପରେ ଫେବୃୟାରୀ ୩ ତାରିଖରେ କୋର୍ଟରେ ଜବାବ୍ ଦାଖଲ କରିବେ ଆଶ୍ରମ କର୍ତ୍ତୃପକ୍ଷ। ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଫେବୃୟାରୀ ୩ ତାରିଖକୁ ଧାର୍ୟ୍ୟ କରିଛନ୍ତି ଉଚ୍ଚ ଅଦାଲତ।
ବୈକୁଣ୍ଠ ଧାମ ଆଶ୍ରମ ଉପରୁ ହଟିଲା ସୁରକ୍ଷା : ଫେବୃଆରୀ ୩ରେ ଜବାବ ଦାଖଲ କରିବେ ଆଶ୍ରମ କର୍ତ୍ତୃପକ୍ଷ
ବୈକୁଣ୍ଠ ଧାମ ଆଶ୍ରମ ଉପରୁ ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ । ଫେବୃଆରୀ ୩ରେ ଆଶ୍ରମ କର୍ତ୍ତୁପକ୍ଷ ଜବାବ ଦାଖଲ କରିବା ପରେ ପରବର୍ତ୍ତୀ ଶୁଣାଣି । ଅନୁମତି ପତ୍ରକୁ ନକଲି ଦର୍ଶାଇ ସତ୍ୟପାଠ ଦାଖଲ କରିଥିଲେ ରାଜ୍ୟ ସରକାର ।
/kanak/media/media_files/2025/01/11/12QbUiVIJk4itWwCpmf2.jpg)