ସବୁ ମନ୍ଦିରରେ ସୁରକ୍ଷା ଢିଲା, ମେଳା ମହୋତ୍ସବରେ ଜଗୁଛନ୍ତି ପୁଲିସ, .ଅନ୍ୟବେଳେ ଖୋଲାମେଲା

ସହର ସାରା ସିସିଟିଭି, ସୁରକ୍ଷା ଦାୟିତ୍ବରେ ରକ୍ଷକ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳରେ ସୁସଜ୍ଜିତ ସୁରକ୍ଷା ଗାଡ଼ି। ଏତେ ସବୁ ପରେ ବି ବାରମ୍ବାର ସାମ୍ନାକୁ ଆସୁଛି ଶ୍ରୀମନ୍ଦିର ସୁରକ୍ଷାରେ ଚରମ ଅବହେଳାର ଦୃଶ୍ୟ। ନିକଟରେ ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରରେ ପଶିଥିଲେ ୪ ଯୁବକ। ସେହିପରି ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ ସମୟରେ ୩ଜଣ ସନ୍ଦିଗ୍ଧ ଧରାପଡ଼ିଛନ୍ତି। ପୁଣି କେତେବେଳେ ମନ୍ଦିର ଉପରେ ଡ୍ରୋନ ଉଡୁଛି ତ ଅନେକ ସମୟରେ ବିଦେଶୀ ପର୍ୟ୍ୟଟକ ଧରାପଡୁଛନ୍ତି। ଶ୍ରୀମନ୍ଦିର ସୁରକ୍ଷାରେ ଘଳିଆ, ଅନ୍ୟ ମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନ ଚିହ୍ନ ଛିଡ଼ାହୋଇଛି।  

36

କନକ ବ୍ୟୁରୋ : ଅସୁରକ୍ଷିତ ଅବସ୍ଥାରେ ରାଜ୍ୟର ପ୍ରମୁଖ ଧର୍ମାନୁଷ୍ଠାନ । ନାଁକୁ ମାତ୍ର, ମେଳା ମହୋତ୍ସବରେ ପୁଲିସ କର୍ମଚାରୀ ନିୟୋଜିତ ହେଉଛନ୍ତି, ବର୍ଷ ତମାମ ରହୁନି କାହାରି ନିଘା। କେଉଁଠି ମନ୍ଦିର ଭିତରକୁ ଅବାଧ ଭାବେ ବିଦେଶୀ ପଶିଗଲେଣି ତ ଆଉ କେଉଁଠି ମନ୍ଦିରରୁ କଳାକନା ବୁଲାଇ ଦେଉଛନ୍ତି ଦୁର୍ବୃତ୍ତ। କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ, କେନ୍ଦ୍ରାପଡ଼ାର ଆରାଧ୍ୟ ବଳଦେବଜିଉ, ଜଗତସିଂହପୁରର ମା’ସାରଳା, ସମ୍ବଲପୁରର ମା’ ସମଲେଇ, ଘଟଗାଁ ତାରିଣୀ ପୀଠ, ଯାଜପୁରର ବିରଜା ମନ୍ଦିର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ମନ୍ଦିରକୁ ସୁରକ୍ଷା ଦେବାକୁ ନାହିଁ କୌଣସି ବ୍ୟବସ୍ଥା। କେଉଁଠି ସିସିଟିଭି ଖରାପ ହୋଇପଡ଼ିଛି, ପୁଣି କେଉଁଠି ମନ୍ଦିର ନିକଟରେ ଫାଣ୍ଡି ଧର୍ମକୁ ଆଖିଠାର ସଦୃଶ ହୋଇଛି । 

ସହର ସାରା ସିସିଟିଭି, ସୁରକ୍ଷା ଦାୟିତ୍ବରେ ରକ୍ଷକ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳରେ ସୁସଜ୍ଜିତ ସୁରକ୍ଷା ଗାଡ଼ି। ଏତେ ସବୁ ପରେ ବି ବାରମ୍ବାର ସାମ୍ନାକୁ ଆସୁଛି ଶ୍ରୀମନ୍ଦିର ସୁରକ୍ଷାରେ ଚରମ ଅବହେଳାର ଦୃଶ୍ୟ। ନିକଟରେ ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରରେ ପଶିଥିଲେ ୪ ଯୁବକ। ସେହିପରି ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ ସମୟରେ ୩ଜଣ ସନ୍ଦିଗ୍ଧ ଧରାପଡ଼ିଛନ୍ତି। ପୁଣି କେତେବେଳେ ମନ୍ଦିର ଉପରେ ଡ୍ରୋନ ଉଡୁଛି ତ ଅନେକ ସମୟରେ ବିଦେଶୀ ପର୍ୟ୍ୟଟକ ଧରାପଡୁଛନ୍ତି। ଶ୍ରୀମନ୍ଦିର ସୁରକ୍ଷାରେ ଘଳିଆ, ଅନ୍ୟ ମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନ ଚିହ୍ନ ଛିଡ଼ାହୋଇଛି।  

ରାଜ୍ୟରେ ଥିବା ମନ୍ଦିର ଗୁଡ଼ିକର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe