କନକ ବ୍ୟୁରୋ : ଅସ୍ତରଙ୍ଗ ଦେବୀ ନଦୀରେ ବଢିଲା ସୁରକ୍ଷା,ନଦୀ ଭିତରେ ଚାଲିଛି ଘନଘନ ଯାଞ୍ଚ । ପହଲଗାମରେ ଆତଙ୍କବାଦୀଙ୍କ ବର୍ବରତା ପାଇଁ ଓଡ଼ିଶାରେ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଦେବୀ ନଦୀ ଭିତରେ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ଇଣ୍ଟରସେପ୍ଟର ବୋଟ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି ।
ଅସ୍ତରଙ୍ଗ ସାମୁଦ୍ରିକ ଥାନା ସହ ଇଣ୍ଟରସେପ୍ଟର ବୋଟରେ କାର୍ଯ୍ୟରତ ତଟରକ୍ଷୀ କର୍ମଚାରୀ ନଦୀରେ ପଇଁତରା ମାରୁଛନ୍ତି । ଏବେ ମାଛ ମାନଙ୍କ ପ୍ରଜନନ ସମୟ ହୋଇଥିବାରୁ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି I ତେଣୁ ଟ୍ରଲର ଆଉ ଯନ୍ତ୍ରଚାଳିତ ଡଙ୍ଗା ଚଳାଚଳ ବନ୍ଦ ରହିଛି । ଆଉ ଯାହା କିଛି ଚାଲୁଛି ସେ ସବୁର ପ୍ରମାଣପତ୍ର ଯାଞ୍ଚ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/01/pnE8vQPjCpwV4kSxrW8g.jpg)