କନକ ବ୍ୟୁରୋ: କ୍ରୀଡ଼ା ହବ୍ ହେବ ରାଜଧାନୀ। ଆଉ ସୃଷ୍ଟି ହେବେ ବହୁ ଉନ୍ନତମାନର ଖେଳାଳି। ଖେଳାଳି ସୃଷ୍ଟି କରିବା ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବ ବୋଲି ସରକାର କହିଆସୁଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଖେଳାଳିଙ୍କ ପିଛା ଯେତିକି ଖର୍ଚ୍ଚ ହେଉଛି, ତା’ଠାରୁ ବହୁ ଅଧିକ ଖର୍ଚ୍ଚ ହେଉଛି ଷ୍ଟାଡିୟମର ସୁରକ୍ଷା ପାଇଁ। ଆରଟିଆଇ ଦ୍ବାରା ଜାରି ହୋଇଥିବା ତଥ୍ୟରୁ କିଛି ଏଭଳି କଥା ସାମ୍ନାକୁ ଆସିଛି।
ରାଜ୍ୟରେ ଉନ୍ନତ ଖେଳାଳି ସୃଷ୍ଟି କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା କହି ଆସିଛନ୍ତି। କିନ୍ତୁ ଖେଳାଳିମାନଙ୍କୁ ଯେତିକି ଆର୍ଥିକ ସହାୟତା ଯୋଗାଇଦେବା କଥା, ସେତିକି ଦିଆଯାଉନାହିଁ ବୋଲି ଅଭିଯୋଗ ହୋଇ ଆସୁଛି। ଆଉ ଏହାରି ଭିତରେ ସାମ୍ନାକୁ ଆସିଥିବା ଆରଟିଆଇ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନଜର ପକାନ୍ତୁ ଏହି ତଥ୍ୟ ଉପରେ, ସରକାର କଳିଙ୍ଗ ଷ୍ଟାଡିୟମ ସହିତ ରାଜ୍ୟରେ ଥିବା ଆଉ କିଛି କ୍ରୀଡ଼ା ଭିତ୍ତିଭୂମିର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତିନି ବର୍ଷରେ ସୁରକ୍ଷା କର୍ମୀଙ୍କ ବାବଦରେ ୩୨,୨୪,୩୧,୦୭୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହାକି ଖେଳାଳିଙ୍କ ଅନୁଦାନଠାରୁ କମ ବୋଲି କୁହାଯାଉଛି। ନଜର ପକାନ୍ତୁ, କିଛି ତଥ୍ୟ ଉପରେ..
ସୁରକ୍ଷା ପାଇଁ ଖର୍ଚ୍ଚ
ଅଗଷ୍ଟ ୨୦୨୧ରୁ ଡିସେମ୍ବର ୨୦୨୧: ୧,୩୨,୦୨,୮୬୧ ଟଙ୍କା
ଜାନୁଆରୀ ୨୦୨୨ରୁ ଡିସେମ୍ବର ୨୦୨୨: ୬,୫୨,୭୮,୩୮୬ ଟଙ୍କା
ଜାନୁଆରୀ ୨୦୨୩ରୁ ଡିସେମ୍ବର ୨୦୨୩: ୧୫,୩୫,୭୭,୪୦୪ ଟଙ୍କା
ଜାନୁଆରୀ ୨୦୨୩ରୁ ମେ ୨୦୨୪: ୯,୦୩,୭୨,୪୨୦ ଟଙ୍କା
ସୁରକ୍ଷାକର୍ମୀଙ୍କ ପିଛା କାହିଁକି ଏତେ ଖର୍ଚ୍ଚ ହେଉଛି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କୋଚ୍ ଓ କ୍ରୀଡ଼ା ବିଜ୍ଞାନୀ। ଲୋକସେବା ଭବନ ଅପେକ୍ଷା କଳିଙ୍ଗ ଷ୍ଟାଡିୟମରେ ଅଧିକ ସୁରକ୍ଷା ବ୍ୟବସ୍ଥା ରହିଛି। ବର୍ତ୍ତମାନ କଳିଙ୍ଗ ଷ୍ଟାଡିୟମ ଭିତରେ ପରିଚାଳିତ ହେଉଛି କ୍ରୀଡ଼ା ବିଭାଗ। କିନ୍ତୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଜଣେ ଖେଳାଳିଙ୍କୁ ମଧ୍ୟ ବାହାରୁ ଅନୁମତି ନେବାକୁ ପଡ଼ୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/10/25/rGAScwZq5eESyGeEBGoa.jpg)