କନକ ବ୍ୟୁରୋ: ଲାଲକିଲ୍ଲା ସୁରକ୍ଷାରେ ବଡ଼ ତ୍ରୁଟି । ୭ ପୁଲିସ କର୍ମଚାରୀ ନିଲମ୍ବିତ । ମକ ଡ୍ରିଲ ବେଳେ ଧରାପଡିଗଲା ଢିଲା ପ୍ରସ୍ତୁତି । ଗୁଇନ୍ଦା ବିଭାଗର ମକ ଡ୍ରିଲ ବେଳେ ଡମି ବୋମା ଧରିବାରେ ବିଫଳ ହେବାରୁ ୭ ପୁଲିସ କର୍ମଚାରୀ ନିଲମ୍ବିତ । ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀର ଲାଲକିଲ୍ଲାରେ ଆୟୋଜିତ ସୁରକ୍ଷା ଡ୍ରିଲରେ ଡମି ବୋମା ଧରାପଡ଼ି ନ ଥିବାରୁ ୭ ଜଣ ଦିଲ୍ଲୀ ପୋଲିସ କର୍ମଚାରୀ, ଯେଉଁଥିରେ କନଷ୍ଟେବଳ ଓ ହେଡ୍ କନଷ୍ଟେବଳ ଅନ୍ତର୍ଭୁକ୍ତ, ନିଲମ୍ବିତ ହୋଇଛନ୍ତି । ଗତ ଶନିବାର ସ୍ପେସାଲ ସେଲ୍ ଟିମ୍ ସାଧାରଣ ପୋଷାକରେ ଲାଲକିଲ୍ଲାରେ ଡମି ବୋମା ସହ ପ୍ରବେଶ କରିଥିଲେ, କିନ୍ତୁ ସୁରକ୍ଷାରେ ନିୟୋଜିତ ପୋଲିସ ଏହା ଚିହ୍ନଟ କରିପାରି ନଥିଲେ । ଏହି ଘଟଣା ସୁରକ୍ଷାରେ ଗୁରୁତର ତ୍ରୁଟି ସୂଚାଇଛି । ଦିଲ୍ଲୀ ପୁଲିସ ଅଗଷ୍ଟ ୧୫ ପାଇଁ ପ୍ରସ୍ତୁତିରେ ନିୟମିତ ଡ୍ରିଲ କରୁଛି । ସେପଟେ ଆଜି ଦିଲ୍ଲୀ ଲାଲକିଲ୍ଲା ନିକଟରେ ୫ ଜଣ ଅବୈଧ ବାଂଲାଦେଶୀ ଅଟକ । ଦିଲ୍ଲୀ ପୋଲିସ ଲାଲକିଲ୍ଲା ନିକଟରେ ୨୦ରୁ ୨୫ ବର୍ଷ ବୟସର ୫ ଜଣ ଅବୈଧ ବାଂଲାଦେଶୀ ଯୁବକଙ୍କୁ ଅଟକ କରିଛି, ଯେଉଁମାନେ ବୈଧ ପ୍ରବେଶ ପାସ୍ ବିନା ପ୍ରତିବନ୍ଧିତ ଅଞ୍ଚଳରେ ପଶିବାକୁ ଚେଷ୍ଟା କରୁଥିଲେ।
ଲାଲ୍ କିଲ୍ଲା ସୁରକ୍ଷାରେ ବଡ଼ ତ୍ରୁଟି: ମକ୍ ଡ୍ରିଲ୍ ବେଳେ ଡମି ବୋମା ଧରିବାରେ ବିଫଳ ହେଲେ ସୁରକ୍ଷାକର୍ମୀ
ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀର ଲାଲକିଲ୍ଲାରେ ଆୟୋଜିତ ସୁରକ୍ଷା ଡ୍ରିଲରେ ଡମି ବୋମା ଧରାପଡ଼ି ନ ଥିବାରୁ ୭ ଜଣ ଦିଲ୍ଲୀ ପୋଲିସ କର୍ମଚାରୀ, ଯେଉଁଥିରେ କନଷ୍ଟେବଳ ଓ ହେଡ୍ କନଷ୍ଟେବଳ ଅନ୍ତର୍ଭୁକ୍ତ, ନିଲମ୍ବିତ ହୋଇଛନ୍ତି ।
/kanak/media/media_files/2025/08/05/lal-2025-08-05-16-20-24.jpg)