କନକ ବ୍ୟୁରୋ: ଅପରେସନ୍ ସିନ୍ଦୂର ସଫଳତାକୁ ନେଇ ବର୍ଡର ସିକ୍ୟୁରିଟି ଫୋର୍ସ, ବିଏସ୍‌ଏଫ୍‌ର ସାମ୍ବାଦିକ ସମ୍ମିଳନୀ । କିଭଳି ସୀମା ସୁରକ୍ଷା ପାଇଁ ଦିନ ରାତି ଯବାନ ମୁତୟନ ରହିଛନ୍ତି ସେନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜମ୍ମୁ ବିଏସ୍‌ଏଫ୍ ଆଇଜି ।

Advertisment

ଅପରେସନ୍ ସିନ୍ଦୂର ସମୟରେ ମହିଳା ଯବାନ ମଧ୍ୟ ସୀମାରେ ନିୟୋଜିତ ଥିବା ସହ ଶତ୍ରୁ ଦେଶ ବିରୋଧରେ ଲଢ଼େଇ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏସ୍‌ଏଫ୍‌ ଆଇଜି । ମେ ୯ ତାରିଖରେ ପାକ୍ ସେନା ତରଫରୁ ଭାରତୀୟ ବିଏସ୍‌ଏଫ ଚେକ୍‌ ପୋଷ୍ଟ ଉପରକୁ ଟାର୍ଗେଟ୍ କରାଯାଇଥିଲା । ମାତ୍ର ସେମାନଙ୍କୁ ଉଚିତ୍ ଜବାବ ଦିଆଯାଇଥିବା କହିଛନ୍ତି ବିଏସ୍‌ଏଫ୍‌ ଆଇଜି ।