ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ, କୁପୱାଡାରେ ୨ ଆତଙ୍କବାଦୀ ନିହତ

Advertisment

ଟଳିଲେ ଦୁଇ ଆତଙ୍କବାଦୀ। ଜମ୍ମୁ-କଶ୍ମୀର କୁପଓ୍ୱାଡା ଜିଲ୍ଲର ଗୁଗଲଧର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଗତକାଲି ଠାରୁ ଗୁଳିବିନିମୟ ଜାରି ରହିଛି। ଆଜି ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

ଟଳିଲେ ଦୁଇ ଆତଙ୍କବାଦୀ। ଜମ୍ମୁ-କଶ୍ମୀର କୁପଓ୍ୱାଡା ଜିଲ୍ଲର ଗୁଗଲଧର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଗତକାଲି ଠାରୁ ଗୁଳିବିନିମୟ ଜାରି ରହିଛି। ଆଜି ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

655

କନକବ୍ୟୁରୋ: ଟଳିଲେ ଦୁଇ ଆତଙ୍କବାଦୀ । ଜମ୍ମୁ-କଶ୍ମୀର କୁପଓ୍ୱାଡା ଜିଲ୍ଲର ଗୁଗଲଧର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଗତକାଲି ଠାରୁ ଗୁଳି ବିନିମୟ ଜାରି ରହିଛି। ଆଜି ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଭାରତୀୟ ସେନାର ଚିନାର କର୍ପସ ସୂଚନା ଦେଇଛି।ଏହି ଅପରେସନ୍ ଆରମ୍ଭ ହୋଇଥିଲା। ପୂରା ଅଞ୍ଚଳକୁ ଘେରି ରହିଥିଲା ସୁରକ୍ଷା ବାହିନୀ  ।

ଏହାପରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ଯେଉଁଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଜବତ ହୋଇଥିବା ହତିଆର ଏବଂ ଅନ୍ୟାନ୍ୟ ସାମଗ୍ରୀରୁ ଆତଙ୍କବାଦୀମାନେ ଏକ ବଡ଼ ଷଡଯନ୍ତ୍ର କରିବାକୁ ଯୋଜନା କରୁଥିବା ସେନା କହିଛି।

ଏହି ଅଞ୍ଚଳରେ ଏବେ ମଧ୍ୟ ସୁରକ୍ଷା ବାହିନୀର ଉପସ୍ଥିତି ରହିଛି। ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।ଏହି ଅପରେସନ୍‌ ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀ ଦ୍ୱାରା ପରିଚାଳିତ ଅଭିଯାନର ଏକ ଅଂଶ, ଯେଉଁଥିରେ ଲଗାତର ଆତଙ୍କବାଦୀଙ୍କୁ ହଟାଇବା ଏବଂ ଘାଟିରେ ଶାନ୍ତି ବଜାୟ ରଖିବା ପାଇଁ ନିରନ୍ତର କାର୍ଯ୍ୟ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe