କନକ ବ୍ୟୁରୋ: କନ୍ଧମାଳ ବାଲିଗୁଡ଼ା ଥାନା ଅଡାଙ୍ଗି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ପରିସ୍ଥିତି । ଏସଓଜି ଯବାନ ଓ ଡିଏଭିଏଫ ଯବାନ କୁମ୍ବିଂ ଅପରେସନ୍ବେଳେ ସାମ୍ନାସାମ୍ନି ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ଅଡାଙ୍ଗି ଜଙ୍ଗଲ ରେ ମାଓବାଦୀ କ୍ୟାମ୍ପ ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଏସଓଜି ଓ ଡିଏଭିଏଫ ସୁରକ୍ଷା କର୍ମୀଙ୍କ ଦ୍ବାରା କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଏହି ଗୁଳି ବିନିମୟରେ ଜଣେ ଆତଙ୍କୀ ସଫା ହୋଇଥିବା ବେଳେ ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । କେକେବିଏନ ମାଓ ସଙ୍ଗଠନ କିଛି ଦିନ ହେବ ଶେଶାର ଗାଁ, ଦାସୁଙ୍ଗିଆ, ଆଟ୍ରେନଜୀ, ମାଡଙ୍ଗା, ଅଡାଙ୍ଗି ଜଙ୍ଗଲରେ ରହିବା ସହ କଳାହାଣ୍ଡି ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ନିଜ କାୟା ବିସ୍ତାର ପାଇଁ ଉଦ୍ୟମ ଜରିରଖିଥିଲେ। ବର୍ତ୍ତମାନ ଗୁଳି ବିନିମୟ ଶେଷ ହୋଇଥିବା ବେଳେ ସୁରକ୍ଷା କର୍ମୀ ଜଙ୍ଗଲ ଛାଡ଼ି ଆସିଥିବା ଜଣାପଡିଛି ଓ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଛନ୍ତି ।
କନ୍ଧମାଳ ବାଲିଗୁଡ଼ା ଥାନା ଅଡାଙ୍ଗି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ଏସଓଜି ଯବାନ ଓ ଡିଏଭିଏଫ ଯବାନଙ୍କ କୁମ୍ବିଂ ଅପରେସନବେଳେ ସାମ୍ନାସାମ୍ନି
କନ୍ଧମାଳ ବାଲିଗୁଡ଼ା ଥାନା ଅଡାଙ୍ଗି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ପରିସ୍ଥିତି । ଏସଓଜି ଯବାନ ଓ ଡିଏଭିଏଫ ଯବାନ କୁମ୍ବିଂ ଅପରେସନ୍ବେଳେ ସାମ୍ନାସାମ୍ନି ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି ।