କନକବ୍ୟୁରୋ : ଭୁଷୁଡୁଛି ମାଓ ଦୁର୍ଗ । ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପୁଲିସ୍ ନିକଟରେ ୧୨ ମାଓବାଦୀ ଆତ୍ମ ସମର୍ପଣ  ।  ଏଥିମଧ୍ୟରୁ ୯ ଜଣ ମାଓବାଦୀଙ୍କ ନାଁରେ ମୋଟ ୨୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା  ।  ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲେ ।  ତେବେ ମାଓ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେଉଥିବା ବେଳେ ସଙ୍ଗଠନର ବଡ ନେତା ମାନଙ୍କ ମୃତ୍ୟୁ ପରେ ମାଓ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି ।

Advertisment

ଏହା ସହ ପୁଲିସ ପକ୍ଷରୁ ଘନ ଘନ ତଲାସି ଅଭିଯାନ ଯୋଗୁଁ ମାଓବାଦୀ ମାନେ ନିଜର ଜୀବନ ବଞ୍ଚାଇବା ପାଇଁ ଆତ୍ମ ସମର୍ପଣ କରିବାକୁ ଇଛା ପ୍ରକାଶ କରୁଥିବାରୁ  , ଏହି ୧୨ ଜଣ ମାଓବାଦୀ ପୁଲିସ  ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ  ୧୦୦୫ ଜଣ ନକ୍ସଲ ହିଂସାର ପଥ ଛାଡି ପୁନର୍ବାସିତ ହୋଇଛନ୍ତି  ।  

ଯେଉଁଥିରେ ୨୦୫ ଜଣ ପୁରସ୍କୃତ ନକ୍ସଲ ମଧ୍ୟ ସାମିଲ ଅଛନ୍ତି । ଆଗକୁ ଆହୁରି ଅନେକ ମାଓବାଦୀ ପୁଲିସ  ନିକଟରେ ଆତ୍ମ ସମର୍ପଣ କରିବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।  ସେପଟେ ମାଲକାନଗିରି ସିମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ପୁଲିସକୁ  ମିଳିଛି ବଡ ସଫଳତା  ।  କୁମ୍ବିଂ ଅପରେସନ ବେଳେ ସୁରକ୍ଷା କର୍ମୀଙ୍କ ହାତରେ ଧରା ପଡିଲେ  ୬ ଜଣ ହାଡକୋର ମାଓବାଦୀ ।   ଏମାନଙ୍କ ମଧ୍ୟରେ ଦୁଇ ଜଣଙ୍କ ନାଁ ଏକ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର । କୋଣ୍ଟା ଥାନା ଅଞ୍ଚଳରୁ ଦୁଇ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ଭେଜି ଥାନା ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରାଯାଇଛି  ।

 ଗିରଫ ନକ୍ସଲ ମାନେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଲାଗି ପାଖରେ ରଖିଥିବା ବିସ୍ଫୋରକ ସାମଗ୍ରୀକୁ ଜବତ କରିଛନ୍ତି ସୁରକ୍ଷା କର୍ମୀ  ।  ଡିଆରଜି ଓ ସିଆରପିଏଫ ବାହିନୀର ମିଳିତ ଅପରେସନ ବେଳେ ଏହି ୬ ଜଣ ମାଓବାଦୀଙ୍କୁ ଗିରଫ ହୋଇଛନ୍ତି  । ଗିରଫ ପରେ ଜଙ୍ଗଲ ଭିତରୁ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ ବୋମା, ୭ ମିଟର କୋଡେକ୍ସ ତାର, ୧୫ ମିଟର ବୈଦ୍ୟୁତିକ ତାର , ୫ ଟି ଡିଟୋନିଟର ଜବତ କରାଯାଇଛି ।