Jagannath Temple : ଶ୍ରୀମନ୍ଦିରକୁ ଗଳା ବାଟ ? ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭାଇରାଲ ହେଉଥିବା ଏହି ହିଁ ସ୍ପଷ୍ଟ କରୁଛି ଶ୍ରୀମନ୍ଦିର ସୁରକ୍ଷାରେ କେତେ ବଡ଼ ତ୍ରୁଟି ହୋଇଛି । ଚାରିଦ୍ବାର ପଟେ ପ୍ରବେଶ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥିଲେ ବି କିଭଳି ନିୟମକୁ ଫୁ କରି ଗଳାବାଟ ଦେଇ ଲୋକ ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି ତାହା ଏବେ ବଡ଼ ପ୍ରଶ୍ନ

Security Breach at Shree Mandir

Security Breach at Shree Mandir Photograph: (Kanak News)

କନକ ବ୍ୟୁରୋ: ନୀଳାଦ୍ରି ବିଜେ ପରେ ଆଜିଠାରୁ ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ହେଲେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ ବିଭ୍ରାଟ ଅଭିଯୋଗ ହୋଇଛି । ଗଳାବାଟ ଦେଇ ଶ୍ରୀମନ୍ଦିର ଭିତରକୁ ପଶିଗଲେ କିଛି ଯୁବକ । ସୁରକ୍ଷା ବିଭ୍ରାଟର ସାଂଘାତିକ ତ୍ରୁଟିର ଦୃଶ୍ୟ ଏବେ ସାମ୍ନାକୁ ଆସିବା ପରେ ବଢିଲା ଚର୍ଚ୍ଚା । ଦକ୍ଷିଣ ଦ୍ବାର ନିକଟରେ ଥିବା ଅଳିଆ ଗଦାରେ ଚଢ଼ି ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିର ଭିତରକୁ ପଶି ଯାଇଛନ୍ତି କିଛି ଯୁବକ, ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଏହି ହିଁ ସ୍ପଷ୍ଟ କରୁଛି ଶ୍ରୀମନ୍ଦିର ସୁରକ୍ଷାରେ କେତେ ବଡ଼ ତ୍ରୁଟି ହୋଇଛି । ଚାରିଦ୍ବାର ପଟେ ପ୍ରବେଶ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥିଲେ ବି କିଭଳି ନିୟମକୁ ଫୁ କରି ଗଳାବାଟ ଦେଇ ଲୋକ ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି ତାହା ଏବେ ବଡ଼ ପ୍ରଶ୍ନ । ଯଦି ଗଳାବାଟେ ଏଭଳି ଲୋକ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି, ସେମାନଙ୍କ ନିକଟରେ ମୋବାଇଲ ଫୋନ୍ ବି ନିଶ୍ଚିତ ଥାଇପାରେ ବୋଲି ଅନୁମାନ କରାଯାଉଛି । କଥାହେଲା, ରଥଯାତ୍ରା ଦିନରୁ ଯେଉଁପରି ଗୋଟିଏ ପରେ ଗୋଟିଏ ବିଭ୍ରାଟର କଥା ସାମ୍ନାକୁ ଆସୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ହେଲେ ଏହାରି ଭିତରେ ଶ୍ରୀମନ୍ଦିର ଭିତରକୁ ଏମିତି ମନଇଚ୍ଛା ପଶିଯାଉଥିବାର ଭିଡ଼ିଓ ସାମ୍ନାକୁ ଆସିବା ପରେ ସୁରକ୍ଷାକୁ ନେଇ ବଡ଼ପ୍ରଶ୍ନ ଉଠିଲାଣି ।

ସେପଟେ, ସରିଲା ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢା । ରତ୍ନବେଦୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲାଣି ଭକ୍ତଙ୍କ ଗହଳି । ଘୋଷଯାତ୍ରାର ୧୨ ଦିନର ଲୀଳାଖେଳା ପରେ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରିଛନ୍ତି ।  ରଥଯାତ୍ରା, ସୁନାବେଶ ଓ ଅଧରପଣା ସାରି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରିଛନ୍ତି  । ଆଜିଠୁ ରତ୍ନ ସିଂହାସନରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ତିନି ଠାକୁର । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣିଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଛନ୍ତି ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥ । ନୀଳାଦ୍ରି ବିଜେ ଅବସରରେ ଏହା ହେଉଛି ଅନନ୍ୟ ପରମ୍ପରା ।  ପ୍ରଥମେ ରସଗୋଲା ଖୁଆଇ ମାନଭଞ୍ଜନ କଲା ପରେ ମହାପ୍ରଭୁ ରତ୍ନବେଦୀରେ ବିରାଜମାନ କରନ୍ତି । ଆଉ ଏବେ ଯେଉଁପରି ଭାବରେ ଶ୍ରୀମନ୍ଦିର ପାଚେରି ଡେଇଁ ଯୁବକମାନେ ପଶିଛନ୍ତି ତାହାକୁ ନେଇ କିନ୍ତୁ ଚର୍ଚ୍ଚା ଜୋର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe