ରାଜ୍ୟରେ ସବୁ ହସ୍ପିଟାଲରେ ଯାଞ୍ଚ ହେବ ନିରାପତ୍ତା ବ୍ୟବସ୍ଥା ; ୪ ସପ୍ତାହ ଭିତରେ ଯାଞ୍ଚ ରିପୋର୍ଟ ଦେବାକୁ ଆଦେଶ

ରାଜ୍ୟର ସବୁ ହସ୍ପିଟାଲର ଯାଞ୍ଚ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ଅଗ୍ନିଶମ ବିଭାଗ ଡ଼ିଜିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଚାରି ସପ୍ତାହ ମଧ୍ୟରେ ଯାଞ୍ଚ କରି ରିପୋର୍ଟ ଦେବାକୁ ଆଦେଶ । ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲ ପାଇଁ ହେବ ଲାଗୁ।

hospital------

hospital------ Photograph: (kanakNews)

କନକ ବ୍ୟୁରୋ: ରାଜ୍ୟର ସବୁ ଘରୋଇ ଓ ସରକାରୀ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ହେଉ । ଏନେଇ ଅଗ୍ନିଶମ ବିଭାଗ ଡ଼ିଜିଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଚାରି ସପ୍ତାହ ଯାଞ୍ଚ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୧୯ ଫେବୃୟାରୀ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କେନ୍ଦ୍ରାପଡ଼ାର ଏକ ଘରୋଇ ହସ୍ପିଟାଲ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନ ଥିବା ହେତୁ ବନ୍ଦ କରାଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଆସିଥିଲେ ହସ୍ପିଟାଲ କତୃପକ୍ଷ । ମାମଲାର ଶୁଣାଣି ବେଳେ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe