କନକ ବ୍ୟୁରୋ: ଇଲେକ୍ଟ୍ରି ଭେଇକିଲ୍ କରାଇ ଦେବାକୁ କହି ୯ ହଜାର ଟଙ୍କା ଠକେଇ ଅଭିଯୋଗ । ପୁରୀରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଉପଖଣ୍ଡ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର୍ ମନୋଜ ମହାନ୍ତି ।
ଇଲେକ୍ଟ୍ରି ଭେଇକିଲ ସୁବିଧାରେ କରାଇ ଦେବାକୁ କହି ଅଫିସ୍ର ଜଣେ କର୍ମଚାରୀଙ୍କ ଠାରୁ ୯ହଜାର ଟଙ୍କା ଲାଞ୍ଚ ଆକାରରେ ନେଇଥିଲେ । ଭିଜିଲାନ୍ସରେ ଅଭିଯୋଗ ପରେ ଆଜି ପୁରୀ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟରୁ ତାଙ୍କୁ ଭିଜିଲାନ୍ସ ଧରିଛି ।