କନକ ବ୍ୟୁରୋ : ଖୋର୍ଦ୍ଧା ମୁକୁନ୍ଦପୁରର ଯୁବକଙ୍କୁ ହତ୍ୟା ପରେ ୫ଟି ୱାର୍ଡରେ ଲାଗୁ ହୋଇଛି ୧୬୩ ଧାରା । ଏହି ଅଂଚଳର ସ୍କୁଲ କଲେଜ ବନ୍ଦ ସହିତ ମୋଟ୍ ୮ ପ୍ରକାରର ନିଷେଧାଜ୍ଞା ଜାରି କରାଯାଇଛି । ଗତକାଲି ସଂଘବଦ୍ଧ ଆକ୍ରମରେ ଯୁବକଙ୍କ ମୃତ୍ୟୁ ହୋଇଛି । ସାହିରେ ପଶି କିଛି ଯୁବକଙ୍କ ଖଣ୍ଡା ଆକ୍ରମଣରେ ଗୁରୁତର ହୋଇଥିବା ଯୁବକଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ମୃତକ ହେଉଛନ୍ତି ସେକ ସାଯିଦ । ତାଙ୍କୁ ପୋଡାସାହି ଗ୍ରାମର କିଛି ଯୁବକ ସଂଘବଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ମାକୁନ୍ଦପ୍ରସାଦରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ସାହିରେ ଆକ୍ରମଣକାରୀଙ୍କ ସାମ୍ନାରେ ଯାହା ପଡ଼ିଲା ତାକୁ ଭାଙ୍ଗି ଦେଇଛନ୍ତି । ଗାଡି ଭାଙ୍ଗିବା ସହ କିଛି ଲୋକଙ୍କ ଘର କବାଟ ମଧ୍ୟ ଭାଙ୍ଗିଥିବା ଅଭିଯୋଗ ହୋଇଛି । ସ୍ଥିତିକୁ ଆୟତ କରିବା ପାଇଁ ପୁଲିସ ଡିସି ନିଜେ ପହଂଚିଥିଲେ । କେହି ଆଇନକୁ ହାତକୁ ନନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି ।