ମଟନ୍ ନାଁରେ ଗୋମାଂସ କାରବାର ପ୍ରସଙ୍ଗ, ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବାଠାରୁ ୧ କିଲୋମିଟର ପର୍ଯ୍ୟନ୍ତ ୧୬୩ ଧାରା ଜାରି କଲା ପ୍ରଶାସନ..

ଜୟା ଢ଼ାବାଠାରୁ ୧ କିଲୋମିଟର ପର୍ଯ୍ୟନ୍ତ ୧୬୩ ଧାରା ଜାରି କଲା ପ୍ରଶାସନ, ଏକାଠି ହୋଇପାରିବେନି ୪ ଜଣରୁ ଅଧିକ ଲୋକ..

ଜୟା ଢାବା ନିକଟରେ ୧୬୩ ଧାରା

ଜୟା ଢାବା ନିକଟରେ ୧୬୩ ଧାରା Photograph: (kanaknews)

କନକ ବ୍ୟୁରୋ : ମଟନ୍ ନାଁରେ ଗୋମାଂସ କାରବାର ଅଭିଯୋଗ ଘଟଣା । ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଛି ପ୍ରଶାସନ । ସାକ୍ଷୀଗୋପାଳ କଲେଜ ଛକଠାରୁ ୧ କିଲୋମିଟର ପରିଧି ପର୍ଯ୍ୟନ୍ତ ପ୍ରଶାସନ ୧୬୩ ଧାରା ଜାରି କରିଛି ।

୪ ଜଣରୁ ଅଧିକ ଲୋକେ ଏହି ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ ।  ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରି ରଖିଛି । ହିନ୍ଦୁ ସେନା ଜୟା ଢ଼ାବା ସାମ୍ନାରେ ବିକ୍ଷୋଭ କରିବାକୁ ପୂର୍ବରୁ ଚେତାବନୀ ଦେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe