କନକ ବ୍ୟୁରୋ : ମଟନ୍ ନାଁରେ ଗୋମାଂସ କାରବାର ଅଭିଯୋଗ ଘଟଣା । ପୁରୀ ସାକ୍ଷୀଗୋପାଳର ବିବାଦୀୟ ଜୟା ଢ଼ାବା ନିକଟରେ ୧୬୩ ଧାରା ଜାରି କରିଛି ପ୍ରଶାସନ । ସାକ୍ଷୀଗୋପାଳ କଲେଜ ଛକଠାରୁ ୧ କିଲୋମିଟର ପରିଧି ପର୍ଯ୍ୟନ୍ତ ପ୍ରଶାସନ ୧୬୩ ଧାରା ଜାରି କରିଛି ।
୪ ଜଣରୁ ଅଧିକ ଲୋକେ ଏହି ଅଞ୍ଚଳରେ ଏକାଠି ହୋଇପାରିବେ ନାହିଁ । ସମ୍ପୂର୍ଣ୍ଣ ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରି ରଖିଛି । ହିନ୍ଦୁ ସେନା ଜୟା ଢ଼ାବା ସାମ୍ନାରେ ବିକ୍ଷୋଭ କରିବାକୁ ପୂର୍ବରୁ ଚେତାବନୀ ଦେଇଛି ।