କନକ ବ୍ୟୁରୋ: ବାତ୍ୟାକୁ ନେଇ ସଚିବ ସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗର ସଚିବ ଏହି ବୈଠକରେ ଯୋଗ ଦେଇଛନ୍ତି । ବାତ୍ୟାକୁ ନେଇ ପ୍ରତ୍ୟେକ ବିଭାଗ କିଭଳି ରହିଛନ୍ତି ପ୍ରସ୍ତୁତ, ସେନେଇ ବୈଠକରେ ଆଲୋଚନା ହୋଇଛି । ସମସ୍ତ ବିଭାଗ ଅଧିକାରୀଙ୍କୁ ସଜାଗ ରହିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ। 

Advertisment

ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତି ସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି  । ସମସ୍ତଙ୍କ ପାଖରେ କିଭଳି ସ୍ବାସ୍ଥ୍ୟସେବା ପହଂଚିବ ସେଥିପ୍ରତି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ଏମକେସିଜି ମେଡିକାଲ କଲେଜର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ସବୁଠି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବାକୁ କୁହାଯାଇଛି । ସମସ୍ତ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଓୗଷଧ, ଓଆରଏସ ଓ ଅନ୍ୟ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି ।