ରତ୍ନଭଣ୍ଡାରରେ ଗୁପ୍ତ ସୁଡଙ୍ଗ ! ଲୁକ୍କାୟିତ ଅଛି କି ଗଙ୍ଗ ବଂଶର ଇତିହାସ?

Advertisment

ରତ୍ନଭଣ୍ଡାର ରହସ୍ୟରୁ ପରଦା ହଟିବା ପରିବର୍ତ୍ତେ ଦିନକୁ ଦିନ ଆହୁରି ରହସ୍ୟମୟ ହେବାରେ ଲାଗିଛି । ଭଣ୍ଡାରର ଚଟାଣ ତଳେ ଗଙ୍ଗ ବଂଶର ଗାରିମାମୟ ଇତିହାସ ଥିବାର ଅନୁମାନ କରାଯାଉଛି ।

ରତ୍ନଭଣ୍ଡାର ରହସ୍ୟରୁ ପରଦା ହଟିବା ପରିବର୍ତ୍ତେ ଦିନକୁ ଦିନ ଆହୁରି ରହସ୍ୟମୟ ହେବାରେ ଲାଗିଛି । ଭଣ୍ଡାରର ଚଟାଣ ତଳେ ଗଙ୍ଗ ବଂଶର ଗାରିମାମୟ ଇତିହାସ ଥିବାର ଅନୁମାନ କରାଯାଉଛି ।

RATNA BHANDAR

କନକ ବ୍ୟୁରୋ: ରତ୍ନଭଣ୍ଡାର ରହସ୍ୟରୁ ପରଦା ହଟିବା ପରିବର୍ତ୍ତେ ଦିନକୁ ଦିନ ଆହୁରି ରହସ୍ୟମୟ ହେବାରେ ଲାଗିଛି । ଭଣ୍ଡାରର ଚଟାଣ ତଳେ ଗଙ୍ଗ ବଂଶର ଗାରିମାମୟ ଇତିହାସ ଥିବାର ଅନୁମାନ କରାଯାଉଛି । ଲେଜର୍ ସର୍ଭେରେ ସନ୍ତୁଷ୍ଟ ହୋଇପାରି ନଥିବା ଏନ୍ ଜି ଆର୍ ଆଇ ଟିମ୍  ଜି ପି ଆର୍ ସିଷ୍ଟମ ବ୍ୟବହାର କରି ଆଉଥରେ ସର୍ଭେ କରିଥିଲା। 

ଇଲେକଟ୍ରୋ ମ୍ୟାଗ୍ନେଟିକ ୱେଭ୍ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଛି , ଏହାର ଲ୍ୟାଵ ରିପୋର୍ଟ ଆସିବା ପରେ ସ୍ପଷ୍ଟତା ମିଳିବ । ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଦୁଇ ଦିନରେ ଅଧିକରୁ ଅଧିକ ଡାଟା ଜେନେରେଟ୍ କରିଛି ଏନ୍ ଜି ଆର୍ ଆଇ ଟିମ୍ । ଆଉ ସର୍ଭେ ପରେ ବୈଜ୍ଞାନିକ ଟିମ୍ ସହ ଉପସ୍ଥିତ ଥିବା ଛତିଶା ନିଯୋଗ ମହାନାୟକଙ୍କ ପ୍ରତିକ୍ରିୟା ସୁଡ଼ଙ୍ଗ ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି। 

ସେପଟେ ଏମାର ମଠରୁ ରୂପା ଇଟା ଜବତ ହେଉ ଅଥବା ଏମାର ମଠ ଖନନ ସ୍ଥଳରୁ ଗଙ୍ଗ ବଂଶ ସମୟର ସିଂହ ମୂର୍ତ୍ତି ମିଳିବା ହେଉ କିମ୍ବା ଏମାର ମଠ ଖନନ ସ୍ଥଳରୁ ଚଟାଣ ଠାବ ଖବର । ଏସବୁ ଘଟଣାର ପୂନରାବୃତ୍ତି ହେବ ବୋଲି ଲୋକେ ଆଶାଧରି ବସିଛନ୍ତି । ତେବେ ରହସ୍ୟମୟ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଭିତରେ ଗୁପ୍ତ ସୁଡ଼ଙ୍ଗ ଖବର ସତ ନା ଗୁଜବ? ମରାମତି ପୂର୍ବରୁ ପୂର୍ଣ୍ଣାଙ୍ଗ ବୈଷୟିକ ରିପୋର୍ଟରୁ ହିଁ ସ୍ପଷ୍ଟତା ଆସିପାରିବ । ତେବେ ମରାମତି ସରିଲା ପରେ ହିଁ ହେବ ରତ୍ନଭଣ୍ଡାରରୁ ସ୍ଥାନାନ୍ତରିତ ହୋଇଥିବା ରତ୍ନ ଅଳଙ୍କାରର ହେବ ଗଣତି ଓ ମଣତି। ତେଣୁ ଗୁପ୍ତ ଭଣ୍ଡାରର ରହସ୍ୟ ଉନ୍ମୋଚନ ସହ ମରାମତି ଉପରେ ଏବେ ଓଡ଼ିଶାବାସୀଙ୍କ ନଜର ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe