କନକ ବ୍ୟୁରୋ: ରାଜ୍ୟରେ ସରକାର ବଦଳିଲା । ହେଲେ କୋଟିଆ ବିବାଦର ସମାଧାନ ହେଲାନି। ନୂଆ ସରକାର ତତ୍ପରତା ଦେଖାଇଛନ୍ତି ସତ, ହେଲେ ନେଇଥିବା ପଦକ୍ଷେପ ସବୁ ଅଧପନ୍ତରିଆ । ଏସବୁ ଭିତରେ ଆନ୍ଧ୍ର ପ୍ରସ୍ତୁତି ଜୋରଦାର । ସେପଟେ ରାଜସ୍ବ ମନ୍ତ୍ରୀ ଗୋଟିଏ ମନ୍ତବ୍ୟ ଦେଇଛନ୍ତି । ‘ଆରମ୍ଭ ହୋଇଛି ସିକ୍ରେଟ୍ ମିସନ୍’
ବିରୋଧୀଙ୍କ ଘନ ଘନ ପ୍ରଶ୍ନ । କାଠଗଡ଼ାରେ ଫସିଲେ ସରକାର । ସବୁଆଡ଼ୁ ହାତ ଟେକିବା ପରେ ଶେଷରେ ମୋହନ ସରକାରଙ୍କ ବୁଦ୍ଧି ଉଦୟ ହୋଇଛି । ଓଡ଼ିଶାର ବହୁ ଚର୍ଚ୍ଚିତ କୋଟିଆକୁ ଏଥର ମନ୍ତ୍ରୀ ପ୍ରତିନିଧି ଯିବାକୁ ବାହାରିଛନ୍ତି । ଏଥିରେ ସାମିଲ୍ ଅଛନ୍ତି ରାଜସ୍ବ, ଗଣଶିକ୍ଷା, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ । ଓଡ଼ିଶା ଭିତରେ ଆନ୍ଧ୍ରର ଦାଦାଗିରିକୁ ଏହି ପ୍ରତିନିଧିମାନେ ଖାଲି ଅନୁଧ୍ୟାନ କରିବେନି; ବରଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଅଞ୍ଚଳର ସମସ୍ୟା ସମାଧାନ ଲାଗି ନେବେ ପଦକ୍ଷେପ । ଆନ୍ତରାଜ୍ୟ ବିବାଦର ସମାଧାନ ଲାଗି ବି ଏମାନେ ଚେଷ୍ଟା କରିବେ । ରାଜସ୍ବମନ୍ତ୍ରୀ କହିଛନ୍ତି, ଗଲା ୧୦ ମାସ ଭିତରେ କିଛି ପରିବର୍ତ୍ତନ ଆସିଛି ।
- ଘୋଷଣା ହୋଇପାରିଲାନି ପୂର୍ଣ୍ଣାଙ୍ଗ କମିଟି
- ପୂର୍ବତନ ଜିଲ୍ଲାପାଳଙ୍କୁ ବିଶ୍ବାସକୁ ନେବେ ସରକାର
ଗଲା ୨ ସପ୍ତାହ ତଳେ କୋଟିଆ ବିବାଦର ସମାଧାନ ଲାଗି କମିଟି ଘୋଷଣା କରିଥିଲେ ରାଜ୍ୟ ସରକାର । ଏଯାଏଁ କମିଟିର ରୂପରେଖ ନେଇ କୌଣସି ନିଷ୍ପତ୍ତି ହୋଇପାରିନି । କମିଟିର ପୂର୍ଣ୍ଣାଙ୍ଗ ରୂପ ନେଇ ଖସଡ଼ା ପ୍ରସ୍ତୁତ ଚାଲିଥିବା ମନ୍ତ୍ରୀ କହିଛନ୍ତି । ଏଥିରେ କୋଟିଆ ଉପରେ ଅଭିଜ୍ଞତା ଥିବା ପୂର୍ବତନ ଜିଲ୍ଲାପାଳମାନଙ୍କୁ ସାମିଲ କରାଯିବ ବୋଲି ସୂଚନା ମିଳିଛି । ସେପଟେ ଟ୍ରିପଲ ଇଂଜିନ୍ ସରକାର ଥାଇ ବି କାହିଁକି କୋଟିଆ ସମସ୍ୟା ସମାଧାନ ହେଉନି ? ବୋଲି ପ୍ରଶ୍ନ ପଚାରି ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି ବିରୋଧୀ ।
କେବେ ପଞ୍ଚାୟତ ନିର୍ବାଚନ ଲାଗି ଉଦ୍ୟମ ହେବ । କେବେ ରାସନଠାରୁ ଅନ୍ୟ ସରକାରୀ ସୁବିଧା ପ୍ରଦାନ କରାଯିବ । ଏଭଳି ସୁବିଧା ଦେଇ ବାରମ୍ବାର କୋଟିଆ ମାଡ଼ି ବସୁଛି ଆନ୍ଧ୍ର । ଏପଟେ ରାଜ୍ୟ ସରକାର ବଦଳିଗଲେ ବି କୋଟିଆବାସୀଙ୍କ ଭାଗ୍ୟ ଓ ଭବିଷ୍ୟତରେ ପରିବର୍ତ୍ତନ ଆସୁନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/05/12/VTzphDUgYjgefZ9FDePw.jpg)