କନକ ବ୍ୟୁରୋ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟର ମହିଳାମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଯେଉଁ ଯୋଗ୍ୟ ହିତାଧିକାରୀମାନଙ୍କୁ ସୁଭଦ୍ରା ଟଙ୍କା ମିଳିନାହିଁ ସେମାନଙ୍କ ଅକ୍ଟୋବର ୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ରାଜ୍ୟର ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିବେ ନାହିଁ ବୋଲି ପ୍ରଭାତୀ ପରିଡା ସ୍ପଷ୍ଟ କରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ସେପ୍ଟେମ୍ବର ୧୭ ତାରିଖରେ ୨୫ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଏବେ ଅକ୍ଟୋବର ୯ ତାରିଖରେ ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ଏହି ଯୋଜନାର ସହାୟତା ପ୍ରଦାନ କରିବେ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି କି ଏପର୍ଯ୍ୟନ୍ତ ୧ କୋଟି ରୁ ଅଧିକ ମହିଳା ଏହି ଯୋଜନାର ଲାଭ ପାଇବାକୁ ଆବେଦନ କରିଛନ୍ତି । ଏହାସହ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ ।