କନକ ବ୍ୟୁରୋ: ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ୩୮ ଆସନରେ ପଡୁଛି ଭୋଟ୍ । ଝାଡ଼ଖଣ୍ଡ ବିଧାନସଭାର ମୋଟ୍‌ ୮୧ଟି ଆସନ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ୧୩ ତାରିଖରେ ପଡ଼ିଥିଲା । ମୋଟ ୪୩ଟି ଆସନ ଲାଗି ମତଦାନ ହୋଇଥିଲା । ଏଥର ଦ୍ୱିତୀୟ ପର୍ୟ୍ୟାୟରେ ମୈଦାନରେ ମୋଟ୍‌ ୫୨୮ ପ୍ରାର୍ଥୀ ରହିଛନ୍ତି । ପାଖାପଖି ୧ କୋଟି ୨୩ ଲକ୍ଷ ମତଦାତା ଭୋଟ୍ ଦେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଗ୍ନିପରୀକ୍ଷା ରହିଛି । ଏହି ପର୍ୟ୍ୟାୟରେ ପତ୍ନୀ କଳ୍ପନା ସୋରେନଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ମୋଟ୍‌ ୧୪ ହଜାର ୨୧୮ ମତଦାନ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ହେଉଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।