କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଥିବାବେଳେ ଯେମିତି, ବିରୋଧୀ ଦଳ ଆସନରେ ବସିବା ପରେ ବି ସେମିତି। ବିଧାନସଭା ଅଧିବେଶନର ଦ୍ବିତୀୟ ପର୍ୟ୍ୟାୟକୁ ଏହା ଭିତରେ ପାଂଚ ଦିନ ବିତିଲାଣି। କିନ୍ତୁ ଦିନେ ହେଲେ ବି ବିଧାନସଭା ଆସି ନାହାନ୍ତି ନବୀନ।
ବିଧାନସଭାରେ ତାଙ୍କ ଆସନ ଫାଙ୍କା ପଡିଛି। ତେବେ ବିଧାନସଭାରେ ବିରୋଧୀ ଦଳ ନେତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଶେଷକରି ଶୂନ୍ୟକାଳରେ ବିରୋଧୀ ଦଳ ନେତା ବିଭିନ୍ନ ପ୍ରସଙ୍ଗ ଉଠାଇ ଥାନ୍ତି। ଯାହାକୁ ବାଚସ୍ପତି ମଧ୍ୟ ଗୁରୁତର ସହ ନେଇଥାନ୍ତି। ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଶାସକ ଦଳ।
ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ନବୀନ ଅନେକ ସମୟରେ ବିଧାନସଭାକୁ ଆସୁନଥିଲେ। ଯାହାକୁ ନେଇ ସେ ସମୟରେ ବିରୋଧୀ ଦଳରେ ଥିବା ବିଜେପି ଓ କଂଗ୍ରେସ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି। ନବୀନ କାହିଁକି ଗୃହକୁ ଆସୁନାହାନ୍ତି ବୋଲି କହି ସମାଲୋଚନା ମଧ୍ୟ କରିଥାନ୍ତି। ହେଲେ, ବିରୋଧୀ ଦଳ ନେତା ଆସନରେ ବସିବା ପରେ ବି ନବୀନଙ୍କ ଆଭିମୁଖ୍ୟ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।
ବିରୋଧୀ ଦଳ ନେତା ବିଧାନସଭାରେ ଲୋକଙ୍କ କଥା ଉଠାଇଥାନ୍ତି। ବିଭିନ୍ନ ସମସ୍ୟାକୁ ସରକାରଙ୍କ ସାମନକୁ ଆଣିଥାନ୍ତି। ହେଲେ, ବିରୋଧୀ ଦଳ ନେତା ହେବା ପରେ ବି ନବୀନ ବିଧାନସଭାକୁ ନଆସିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/Yqr8HyAA71ilNURy0Hqf.jpg)