କନକ ବ୍ୟୁରୋ :  ଲୋକସେବା ଭବନରେ ଆୟୋଜିତ ହୋଇଛି ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ । ଏହି ଦୁଇଦିନିଆ ସମ୍ମିଳନୀକୁ ଆଜି ଉଦଘାଟନ କରିଥିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବି. ଆର. ଗଭାଇ । ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପାଟି, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମିଳନୀର ପ୍ରଥମ ଦିନରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସମେତ ଆଇନ ବିଶେଷଜ୍ଞମାନେ ଭାଗ ନେଇଥିଲେ । ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଥିବା ମଧ୍ୟସ୍ଥତା ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଅନେକ ଲାଭ ମିଳିବ । ବିଭିନ୍ନ କୋର୍ଟରେ ଲକ୍ଷ ଲକ୍ଷ ମାମଲା ପଡ଼ି ରହୁଛି । ଯାହାର ସମାଧାନ ପାଇଁ ମଧ୍ୟସ୍ଥତା ଏକ ଉତ୍ତମ ବିକଳ୍ପ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । 

Advertisment