ମହାନଦୀ ଉଚ୍ଚ ସ୍ତରୀୟ କମିଟିର ଦ୍ଵିତୀୟ ବୈଠକ  ; ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ଟିମ୍‌

Advertisment

ଆଗାମୀ ୩୧ ଓ ୧ ତାରିଖରେ ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଓଦେଓ । ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ ।

ଆଗାମୀ ୩୧ ଓ ୧ ତାରିଖରେ ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଓଦେଓ । ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ ।

Mahanadi

Mahanadi Photograph: (Kanak news)

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଯିବ ଓଡ଼ିଶା ଟିମ୍‌ । ଆଗାମୀ ୩୧ ଓ ୧ ତାରିଖରେ ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଓଦେଓ । ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକର ନିଷ୍କର୍ଷ ଆଧାରରେ ଛତିଶଗଡ଼ ଯାଇ ପକ୍ଷ ରଖିବେ ସରକାର । ୧୨ ମାର୍ଚ୍ଚ ୨୦୧୮ରେ ଗଠନ ହୋଇଥିବା ଟ୍ରିବୁନାଲ ୧୩ ମାର୍ଚ୍ଚରେ ଅବଧି ସରିବ । ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ମହାନଦୀ ଉଚ୍ଚ ସ୍ତରୀୟ କମିଟିର ଦ୍ଵିତୀୟ ବୈଠକରେ ଏନେଇ ଆଲୋଚନା ହୋଇଛି । 

ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ଦ୍ଵିତୀୟ ବୈଠକରେ କମିଟିର ସଦସ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ବିଧାୟକ ନିରଞ୍ଜନ ପୂଜାରୀ, ସୋଫିଆ ଫୋର୍ଦ୍ଦୋଶ ଉପସ୍ଥିତ ଥିଲେ । ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ । ମହାନଦୀ ଜଳ ବିବାଦକୁ ନେଇ ବର୍ଷ ବର୍ଷ ନେଇ ଚାଲିଛି ଆଲୋଚନା ହେଲେ ଏଯାଏଁ ସମାଧାନ ହୋଇନି । ଗୋଟିଏ ପଟେ ସରକାର କହୁଛନ୍ତି ଆପୋଷ ଆଲୋଚନାରେ ସମାଧାନ ହେବ କିନ୍ତୁ ମହାନଦୀ ଉପରେ ନିର୍ମାଣ ଜାରି ରଖିଛି ଛତିଶଗଡ଼ । କଲମା ବ୍ୟାରେଜ ତଳେ ବି ବାଲି ବନ୍ଧ ବାନ୍ଧୁଛି । ଫଳରେ ଓଡ଼ିଶାକୁ ଆସୁଥିବା ଧାରଟିଏ ପାଣି ବି ଅଟକି ଯାଉଛି । 

ଅଧିକ ପଢ଼ନ୍ତୁ--ନିଲମ୍ବିତ ବିଧାୟକଙ୍କ ମୁଣ୍ଡରେ ଅଠା ବୋଳିଲା ବିଜେଡି ; ଜବାବ ରଖିଲେ ଅରବିନ୍ଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe