ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ବିତୀୟ କିସ୍ତି ଟଙ୍କା : ସୂଚନାଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Advertisment

ଆସନ୍ତା ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିବ | ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କିସ୍ତି ଟଙ୍କା ମିଳିବ | ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Updated On

ଆସନ୍ତା ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ମିଳିବ | ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କିସ୍ତି ଟଙ୍କା ମିଳିବ | ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଅଦ୍ୟତନ ହୋଇଛି
subhadra yojana 4

Photograph: (KanakNews )

କନକବ୍ୟୁରୋ : କନକବ୍ୟୁରୋ :  ସୁଭଦ୍ରା ଯୋଜନାକୁ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ଘୋଷଣା। ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ବିତୀୟ କିସ୍ତି । ଆନ୍ତର୍ଜାତିକ ମହିଳା ଦିବସରେ ସଶକ୍ତ ହେଲେ ମହିଳା। ଏକ କୋଟିରୁ ଅଧିକ ମହିଳାଙ୍କ ପାଖରେ ପହଞ୍ଚିବ ସୁଭଦ୍ରା ଟଙ୍କା ।  ବ୍ରହ୍ମପୁରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି  । ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ଖାତାକୁ ଆସିସାରିଛି। ୪ର୍ଥ ପର୍ୟ୍ୟାୟରେ ୧୮ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିଛି ଟଙ୍କା । ଆଉ କିଛି ହିତାଧିକାରୀ ବାକି ରହିଥିବା ବେଳେ ସେମାନଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିବା ନେଇ ସୂଚନା ଦେଇସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ତେବେ ୨ୟ କିସ୍ତି ଆସିବା ପୂର୍ବରୁ ପ୍ରଥମ କିସ୍ତିର ୫ମ ପର୍ୟ୍ୟାୟ ଟଙ୍କା ମଧ୍ୟ କିଛି କିଛି ମହିଳାଙ୍କ ଖାତାକୁ ଆସୁଛି । ଏ ନେଇ ପୂର୍ବରୁ ବି ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇସାରିଥିବା ବେଳେ ଭାଗ୍ୟଶାଳୀ ଆଉ ୨ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବା ନେଇ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ । 

ଯେଉଁ ଯୋଗ୍ୟ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିନାହିଁ ସେମାନେ ବ୍ୟସ୍ତ ନହେବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ବିଭିନ୍ନ କାରଣ ପାଇଁ ଯେଉଁମାନେ ସୁଭଦ୍ରା ଟଙ୍କା ପାଇନାହାଁନ୍ତି, ସେମାନଙ୍କୁ ଏକାବେଳେ ଦୁଇଟି କିସ୍ତି ଟଙ୍କା ମିଳିବ। ଏକାବେଳେ ସେମାନେ ଦୁଇଟି ସୁଭଦ୍ରା କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ପାଇବେ। ଯାହାକି ମାର୍ଚ୍ଚ ୮ ତାରିଖରେ ମିଳିବାକୁ ଯାଉଛି। ଯିଏ ଆଦୌ ଆବେଦନ କରିନାହାଁନ୍ତି ସେମାନେ ଯଦି ଏବେ ବି ଆବେଦନ କରନ୍ତି ତେବେ ମାର୍ଚ୍ଚ ୮ ତାରିଖରେ ଦୁଇଟି କିସ୍ତି ଟଙ୍କା ଅର୍ଥାତ ୧୦ ହଜାର ଟଙ୍କା ପାଇବେ।

ସେହିଭଳି ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ସେମାନଙ୍କୁ ଦ୍ଵିତୀୟ କିସ୍ତି ଟଙ୍କା ପାଇବେ , ଏଥିସହ ସେପ୍ଟମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିଲା ଏହି ଯୋଜନା  , ସୁଇଚ ଚିପି ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିଥିଲେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଭାବେ ୫ ହଜାର ଟଙ୍କା ଆକାଉଣ୍ଟକୁ ଦିଆଯାଇଥିଲା  । ଏପରିକି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ।

ଏହି ପରିପ୍ରେକ୍ଷୀରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବଦ୍ଧର୍ନ ସିଂ ଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ, ଭାଜପା ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଏହି ଯୋଜନା ର ଶୁଭାରମ୍ଭ କରିଥିଲେ ।

ହିତାଧିକାରୀଙ୍କୁ କେହି ଭ୍ରମିତ କଲେ କିମ୍ବା ହଇରାଣ କଲେ ହେଲ୍ପ ଲାଇନ ନମ୍ବର ୧୪୬୭୮ ରେ ଅଭିଯୋଗ କରିବାକୁ ମଧ୍ୟ କୁହାଯାଇଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ କହିଛନ୍ତି । ।  ସୁଭଦ୍ରା ଯୋଜନା ଆବେଦନର କୌଣସି ଶେଷ ତାରିଖ ନାହିଁ ବୋଲି ଜାରି ମଧ୍ୟ କରାଯାଇଥିଲା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe