ବୈତରଣୀରେ ଦ୍ବିତୀୟ ବନ୍ୟା:  ଯାଜପୁର, ଦଶରଥପୁରରେ କାଣୀ ନଦୀରେ ୧୦୦ ଫୁଟ୍‌ର ଘାଇ

Advertisment

ଧାମନଗର ବ୍ଲକର ୪ଟି ପଞ୍ଚାୟତରେ ୨୫ଟି ସ୍କୁଲ ୨ ଦିନ ପାଇଁ ବନ୍ଦ ଘୋଷଣା । ସେପଟେ କେନ୍ଦୁଝର ହାଟଡିହିରେ ବି ବନ୍ୟା ସ୍ଥିତି ।

ଧାମନଗର ବ୍ଲକର ୪ଟି ପଞ୍ଚାୟତରେ ୨୫ଟି ସ୍କୁଲ ୨ ଦିନ ପାଇଁ ବନ୍ଦ ଘୋଷଣା । ସେପଟେ କେନ୍ଦୁଝର ହାଟଡିହିରେ ବି ବନ୍ୟା ସ୍ଥିତି ।

କାଣୀ ନଦୀରେ ୧୦୦ ଫୁଟ୍‌ର ଘାଇ

କାଣୀ ନଦୀରେ ୧୦୦ ଫୁଟ୍‌ର ଘାଇ Photograph: (KanakNews)

କନକ ବ୍ୟୁରୋ: ଡରାଉଛି ବୈତରଣୀ । ଚଳିତ ବର୍ଷ ବୈତରଣୀରେ ତୃତୀୟ ବନ୍ୟା ଆସିଛି । ଫଳରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀର ଶାଖା ନଦୀ କାଣୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । କସପା ପଞ୍ଚାୟତ ଦରଘା ନିକଟରେ ୧୦୦ ଫୁଟର ଏକ ଘାଇ ସୃଷ୍ଟି ହୋଇଛି । ଫଳରେ ଏହି ବନ୍ୟା ଜଳ ଗାଁ କୁ ପ୍ରବେଶ କରିବା ସହିତ ଅହିୟାସ ବଜାରରେ ମଧ୍ୟ ପ୍ରବେଶ କରିଛି । ଗାଁରେ ପାଣି ପଶିଛି ।

୨୦୦ ପରିବାରର ୧୦୦୦ ରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଦଶରଥପୁର ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଦଶରଥପୁର ଏବଂ ମଙ୍ଗଳପୁର ଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଛି ।  ଘାଇ ମୁହଁ ସମ୍ମୁଖରେ ଦରଘା ଗାଁର ୫୦୦ ପରିବାର ଶତାଧିକ ଲୋକ ଫସି ରହିଛନ୍ତି । ପ୍ରଶାସନ ପକ୍ଷରୁ ୬ ଟି ଆଶ୍ରୟସ୍ଥଳୀରେ ୮୦୦ ରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe