କନକ ବ୍ୟୁରୋ: ଡରାଉଛି ବୈତରଣୀ । ଚଳିତ ବର୍ଷ ବୈତରଣୀରେ ତୃତୀୟ ବନ୍ୟା ଆସିଛି । ଫଳରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀର ଶାଖା ନଦୀ କାଣୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । କସପା ପଞ୍ଚାୟତ ଦରଘା ନିକଟରେ ୧୦୦ ଫୁଟର ଏକ ଘାଇ ସୃଷ୍ଟି ହୋଇଛି । ଫଳରେ ଏହି ବନ୍ୟା ଜଳ ଗାଁ କୁ ପ୍ରବେଶ କରିବା ସହିତ ଅହିୟାସ ବଜାରରେ ମଧ୍ୟ ପ୍ରବେଶ କରିଛି । ଗାଁରେ ପାଣି ପଶିଛି ।
୨୦୦ ପରିବାରର ୧୦୦୦ ରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଦଶରଥପୁର ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଦଶରଥପୁର ଏବଂ ମଙ୍ଗଳପୁର ଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଛି । ଘାଇ ମୁହଁ ସମ୍ମୁଖରେ ଦରଘା ଗାଁର ୫୦୦ ପରିବାର ଶତାଧିକ ଲୋକ ଫସି ରହିଛନ୍ତି । ପ୍ରଶାସନ ପକ୍ଷରୁ ୬ ଟି ଆଶ୍ରୟସ୍ଥଳୀରେ ୮୦୦ ରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/25/flood-2025-08-25-10-51-51.jpg)