କନକ ବ୍ୟୁରୋ: ଚଢ଼ାଉ ସହିତ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପୁଅଙ୍କୁ ଆୟକର ବିଭାଗର ପଚରାଉଚରା । ଦ୍ୱିତୀୟ ଦିନ ପାଇଁ ନବ ଦାସଙ୍କ ପରିବାରର ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢ଼ାଉ ଚାଲିଛି। ଆଜି ତାଙ୍କ ପୁଅଙ୍କୁ କୋଲକାତାରୁ ଭୁବନେଶ୍ୱର ଆଣି କରାଯାଉଛି ପଚରାଉଚରା । ଅଧିକ ତଥ୍ୟ ପାଇଁ ଝାରସୁଗୁଡ଼ା ନେଇ ପଚରାଉଚୁରା କରାଯିବ ।

Advertisment

ଦୁଇଦିନ ହେଲା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପରିବାରର ବିଭିନ୍ନ ବ୍ୟାବସାୟିକ ଠିକଣାରେ ଆୟକର ବିଭାଗ  ଚଢ଼ାଉ ଜାରି ରଖିଛି। ଆଜି ତାଙ୍କ ପୁଅ ବିଶାଲ ଦାସଙ୍କୁ କୋଲକାତାରୁ ଆଣି ଭୁବନେଶ୍ୱରରେ କରାଯାଇଛି ପଚରାଉଚରା । ବେଶ୍ କିଛି ସୁରାକ୍ ମିଳିବ ବୋଲି ନିଶ୍ଚିତ ଅଛି ଆୟକର ବିଭାଗ। କାଲିଠାରୁ ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ଭୁବନେଶ୍ବର, ଦିଲ୍ଲୀ ଆଦି ସ୍ଥାନରେ ଚଢ଼ାଉ ଚାଲିଛି । ଅନେକ ଭୂତ କମ୍ପାନିର ସନ୍ଧାନ ମିଳିଥିବା ବେଳେ ବହୁ କମ୍ପାନିରେ କର୍ମଚାରୀ ଡାଇରେକ୍ଟର ଥିବା କାଗଜପତ୍ରରୁ ସୂଚନା ମିଳିଛି । 

ନବ ଦାସଙ୍କ ବ୍ୟବସାୟୀ ସହଯୋଗୀ ସଞ୍ଜୟ ନନ୍ଦଙ୍କ ସୁନ୍ଦରଗଡ଼ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ କରାଯାଇଛି । ନବଙ୍କ ପୁଅ ବିଶାଲଙ୍କ ବେନାମୀ କମ୍ପାନିରେ ସଞ୍ଜୟଙ୍କ କାରବାର ଥିବା ସନ୍ଦେହ କରାଯାଉଛି। ନବ ଦାସଙ୍କ ଭାଇ ବ୍ରଜ ଦାସ, ପୁଅ ବିଶାଳ ଓ ଝିଅ ଦୀପାଲି ମଧ୍ୟ ପୂର୍ବରୁ ସ୍କାନରକୁ ଆସିଥିଲେ।। କିଛି ଠୋସ୍ ପ୍ରମାଣ ପାଇବା ପରେ ପୁଣି ଚଢ଼ାଉ କରାଯାଉଛି । 

ଗୋଟିଏ ପରେ ଗୋଟିଏ ଦସ୍ତାବିଜ୍ ଅଣ୍ଡାଳୁଛି ଆୟକର ବିଭାଗ । ଖୋଲୁଛି ନବ ଦାସଙ୍କ ବେନାମୀ ସାମ୍ରାଜ୍ୟର ଗୁମର । ଖଣି ବ୍ୟବସାୟ, କୋଇଲା ଓ ପାଉଁଶ ପରିବହନ, ହୋଟେଲ ଓ ସପିଙ୍ଗ ମଲ୍ ପରି ବ୍ୟବସାୟ ନବ ଦାସ ଚଳାଇଥିଲେ । ନବଙ୍କ ପୁଅ ବିଶାଳ ଦାସଙ୍କ ନାଁରେ ଅଛି ପ୍ରାୟ ୧୧ଟି କମ୍ପାନି । କେତେ ଅର୍ଥ କାରବାର ହୋଇଛି, ଚେର ଖୋଜୁଛି ଆୟକର ବିଭାଗ । ନବ ଦାସଙ୍କ ସହଯୋଗୀମାନଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଥିବା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ଓ ହାର୍ଡ ଡିସ୍କ ଜବତ କରାଯାଇଛି ।